ଏଇ ଭାରତରେ

ଜଳାଭାବ କେବଳ ମଣିଷକୁ ନୁହେଁ ମହାବିନାୟକଙ୍କୁ ବି ସଙ୍କଟରେ ପକାଇଦେଇଛି। ଏମିତି ପରିସ୍ଥିତି ଦେଖାଦେଇଛି ମହାରାଷ୍ଟ୍ରର ଲାଟୁର୍‌ରେ। ସେଠାରେ ବିନାୟକଙ୍କ ମୂର୍ତ୍ତି ବିସର୍ଜନ ହେଉନି। ପୂଜା ମଣ୍ଡପଗୁଡିକ ମୂର୍ତ୍ତିକୁ ଜିଲା ପ୍ରଶାସନ ଓ ମୂର୍ତ୍ତି କାରିଗରଙ୍କୁ ଦାନ କରିଦେଉଛନ୍ତି। କେତେକ ମଣ୍ଡପ ତାହାକୁ ଆସନ୍ତା ବର୍ଷ ପୂଜା କରାଯିବାକୁ ନିଷ୍ପତ୍ତି ବି ନେଇଛନ୍ତି। ମରୁଡ଼ି ପରିସ୍ଥିତି ଯୋଗୁ ୩ ବର୍ଷ ହେବ ଲାଟୁରକୁ ପ୍ରତି ୧୫ ଦିନରେ ଥରେ ପାଣି ଯୋଗାଯିବା ସହ ନିୟମିତ ୧୨୫ଟି ଟ୍ୟାଙ୍କର୍‌ ଯୋଗେ ପିଇବା ପାଣି ଦିଆଯାଉଛି। ଲାଟୁର ଜିଲାପାଳ, ଗଣପତି ପୂଜା ମଣ୍ଡପ, ପୋଲିସ ତଥା ସମାଜିକ କର୍ମୀଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୫୯ଟି ମଣ୍ଡପ ମୂର୍ତ୍ତିକୁ ଆସନ୍ତା ବର୍ଷ ପୁନଃସଂସ୍ଥାପନ କରିବାକୁ ରାଜି ହୋଇଛନ୍ତି, ୧୨ଟି ମଣ୍ଡପ ମୂର୍ତ୍ତି କାରିଗରଙ୍କୁ ଦେଇ ଦେଇଛନ୍ତି। ସେଠାକାର ହନୁମାନ ସାଂସ୍କୃତିକ ଗଣେଶ ମଣ୍ଡପରେ ୧୮ ବର୍ଷ ହେବ ଫାଇବର ଗଣେଶ ମୂର୍ତ୍ତି କରାଯାଇ ତାହାକୁ ପାଣି ଛିଞ୍ଚି ବିସର୍ଜନ କରାଯାଇ ପୁଣି ଆର ବର୍ଷକୁ ରଖାଯାଉଛି। ଏମିତି ୧୮ ବର୍ଷ ହେବ ପୂଜା ଚାଲିଛି ବୋଲି କହନ୍ତି ଏହି ମଣ୍ଡପର ସଭାପତି। ବିସର୍ଜନ ଉସତ୍ବରେ ଯାହା ଖର୍ଚ୍ଚ ହେବା କଥା ସେହି ପରିମାଣର ଅର୍ଥ ସେଠାକାର ବାସିନ୍ଦାଙ୍କ ପାଇଁ ପାଣି ଟାଙ୍କି ନିର୍ମାଣ କରିବାରେ ବ୍ୟୟ କରୁଛନ୍ତି ବୋଲି କହନ୍ତି ରାଜ ଗଣେଶ ମଣ୍ଡପର ସଭାପତି ଶ୍ୟାମ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri