ଏଇ ଭାରତରେ

ମନ୍ଦିର ଉପରୁ ତଳକୁ ଫିଙ୍ଗି ଶିଶୁର ଉଜ୍ଜ୍ୱଳ ଭାଗ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥାଏ ମହାରାଷ୍ଟ୍ର ସୋଲାପୁର ଜିଲାର ମଙ୍ଗାସୁଲି ଗାଁରେ। ଏହି ଗାଁର ଖଣ୍ଡୋବା ମନ୍ଦିରରେ ଏଭଳି ପରମ୍ପରା ଚଳିଆସୁଛି। ଗ୍ରାମବାସୀ ଖଣ୍ଡୋବାଙ୍କୁ ଶିବଙ୍କ ଅବତାର ଭାବେ ଗ୍ରହଣ କରନ୍ତି। ଲୋକେ ଶିଶୁଙ୍କୁ ଏହି ମନ୍ଦିର ଉପରୁ ତଳକୁ ପକାନ୍ତି। ପକାଇବାବେଳେ ତଳେ ବେଡ୍‌ଶିିଟ୍‌ ଧରି ଲୋକମାନେ ଠିଆ ହୋଇଥାନ୍ତି। ଶିଶୁଟି ବେଡ୍‌ସିଟ୍‌ ଉପରେ ଥରେ ପଡି ଉପରକୁ ଉଠିଲା ପରେ ତାକୁ ତା’ ମା କିମ୍ବା ବାପାଙ୍କୁ ଦିଆଯାଏ। ଲୋକମାନେ ଏହି ଶିଶୁଫିଙ୍ଗା ଦୃଶ୍ୟ ଦେଖିବା ଲାଗି ଭିଡ଼ ଜମାନ୍ତି। ଉକ୍ତ ପରମ୍ପରା ୭୦୦ ବର୍ଷର ପୁରୁଣା। ଯେତେବେଳେ ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଶିଶୁମୃତ୍ୟୁ ହେଉଥିଲା ସେବେଠାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଥରେ ଜଣେ ସାଧୁ ଗାଁକୁ ଆସିଥିଲେ। ଯେଉଁମାନଙ୍କ ଶିଶୁ ମୃତ୍ୟୁମୁଖରେ ପଡୁଥିଲେ ସେମାନଙ୍କୁ ମନ୍ଦିିର ନିର୍ମାଣ କରିବାକୁ କହିଲେ। ସାଧୁଙ୍କ କଥାରେ ମନ୍ଦିର ନିର୍ମାଣ ହେଲା। ଏହାପରେ ସାଧୁ ଜଣକ ସେହି ମନ୍ଦିର ଉପରୁ ରୋଗଗସ୍ତ ଶିଶୁଙ୍କୁ ତଳକୁ ଫିଙ୍ଗିବାକୁ କହିଥିଲେ। ଲୋକମାନେ ତାହା ହଁି କଲେ ଓ ସେତେବେଳେ ଏକ ଅଦ୍ଭୁତ ଘଟଣା ଘଟିଲା। ମନ୍ଦିରରୁ ଚାଦରର ଏକ ଝୁଲଣ ବାହାରି ଶିଶୁଙ୍କୁ କୋଳେଇ ନେଲା। ଶିଶୁ ବି ସୁସ୍ଥ ରହିଲା। ସେବେଠାରୁ ଶିଶୁଟିଏ ଜନ୍ମ ହେଲେ ତା’ର ସୁସ୍ଥତା କାମନାକରି ତାକୁ ମନ୍ଦିର ଉପରୁ ତଳକୁ ଫିଙ୍ଗିିଥାନ୍ତି ଗ୍ରାମବାସୀ। ଏଥିପାଇଁ ପିଲା ଦୀର୍ଘଜୀବୀ ହେବାସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୁଏ ବୋଲି ବିଶ୍ୱାସ ରହିଛି। ପିଲା ଜନ୍ମହେବାର ଦୁଇମାସ ଭିତରେ ଏହା ପାଳନ କରାଯାଏ। ମଙ୍ଗାସୁଲିର ଆଖପାଖ ଗାଁ ଏବଂ କର୍ନାଟକର ନାଗ୍ରାଲା ଗାଁରେ ମଧ୍ୟ ଏମିତିକା ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri