Posted inଜାତୀୟ

ଏଆର୍‌ଆଇଇଏସ୍‌ ସହ ଇସ୍ରୋର ଏମ୍‌ଓୟୁ: ମହାକାଶ ସମ୍ପତ୍ତିର ସୁରକ୍ଷାରେ ସହାୟକ ହେବ

ବେଙ୍ଗାଲୁରୁ,୮ା୬: ମହାକାଶରେ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ସ୍ଥିତିଗତ ସଚେତନତା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅବ୍‌ଜରରେଶନାଲ ସାଇନ୍ସେସ୍‌ (ଏଆର୍‌ଆଇଇଏସ୍‌) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ମହାକାଶର ବର୍ଜ୍ୟ ସାମଗ୍ରୀଜନିତ ବିପଦଠାରୁ ଭାରତୀୟ ମହାକାଶ ସମ୍ପତ୍ତିର ସୁରକ୍ଷାରେ ଏହି ଏମ୍‌ଓୟୁ ଉପଯୋଗୀ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏଆର୍‌ଆଇଇଏସ୍‌ରେ ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ବାୟୁମଣ୍ଡଳ ବିଜ୍ଞାନରେ ଦୀର୍ଘବର୍ଷ ଗବେଷଣା କରିଥିବା ବିଶେଷଜ୍ଞମାନେ ରହିଛନ୍ତି। ଘରୋଇ ସଂସ୍ଥାଗୁଡ଼ିକ ବହୁସଂଖ୍ୟାରେ ମହାକାଶ ବିଜ୍ଞାନ କ୍ଷେତ୍ରକୁ ପ୍ରବେଶ କରିବା ଯୋଗୁ ବର୍ଜ୍ୟବସ୍ତୁ ପରିମାଣ ବଢ଼ିଚାଲିଛି। ମହାକାଶକୁ ଅଧିକ ସଂଖ୍ୟାରେ କ୍ଷୁଦ୍ର ସାଟେଲାଇଟ୍‌ର ପ୍ରବେଶ ସହିତ ଅକାମୀ ସାଟେଲାଇଟ ସଂଖ୍ୟା ବଢ଼ୁଛି ବୋଲି ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କିରନ କୁମାର କହିଥିଲେ। ଉକ୍ତ ବସ୍ତୁଗୁଡ଼ିକ କୌଣସି ମହାକାଶ ସଂସ୍ଥାର ନିୟନ୍ତ୍ରଣରେ ନ ଥିବାରୁ ଯେକୌଣସି ସମୟରେ ଅନ୍ୟ ସାଟେଲାଇଟ୍‌ର କକ୍ଷପଥ ମଧ୍ୟକୁ ଆସିଯାଇପାରେ। ଏଭଳି ଦୁର୍ଘଟଣାରୁ ବର୍ତ୍ତିବା ଲାଗି ମହାକାଶ ସଂସ୍ଥାଗୁଡ଼ିକୁ ସମ୍ପୃକ୍ତ ସାଟେଲାଇଟର କକ୍ଷପଥ ଏବଂ ଉଚ୍ଚତାରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଇସ୍ରୋ ମଧ୍ୟ ମହାକାଶରେ ଘୂରୁଥିବା ବର୍ଜ୍ୟ ସାମଗ୍ରୀରୁ ନିଜ ସାଟେଲାଇଟକୁ ସୁରକ୍ଷିତ ରଖିବା ପାଇଁ ସାର୍ବଜନିନ କ୍ଷେତ୍ରରୁ ତଥ୍ୟ ଉପଯୋଗ କରିଥାଏ। ଇସ୍ରୋ ଏବଂ ଏଆର୍‌ଆଇଇଏସ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବାରୁ ଏହା ଭବିଷ୍ୟତରେ ମହାକାଶ ବସ୍ତୁଗୁଡ଼ିକୁ ଠାବ କରିବା ପାଇଁ ଅପ୍ଟିକାଲ ଟେଲିସ୍କୋପ୍‌ ଅବ୍‌ଜରଭେଶନ କେନ୍ଦ୍ର ସ୍ଥାପନ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri