Posted inଖେଳ

ଏଆଇଏଫ୍‌ଏଫ୍‌କୁ ଫିଫାର ଚିଠି

କୋଲକାତା, ୨୫ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲର ବର୍ତ୍ତମାନ ଦୃଶ୍ୟପଟ୍ଟ ସମ୍ପର୍କରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଠାରୁ ଅପ୍‌ଡେଟ୍‌ ଚାହିଁିଛି ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’। ତେବେ ଦେଶର ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ ମାନ୍ୟତାକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ୨ରୁ ୩ ବର୍ଷ ମଧ୍ୟରେ ହୋଇଯିବ ବୋଲି ଏଆଇଏଫ୍‌ଏଫ୍‌ କହିଛି। ଫିଫାର ଚିଫ୍‌ ଆସୋସିଏଶନ ମେମ୍ବର ଜଏସ୍‌ କୁକ୍‌ ଏଆଇଏଫ୍‌ଫ୍‌ର ସାଧାରଣ ସମ୍ପାଦକ କୁଶାଲ ଦାସଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ବର୍ତ୍ତମାନ ଭାରତୀୟ ଫୁଟ୍‌ବଲର ଅବସ୍ଥା ବ୍ୟତୀତ ଅନ୍ୟାନ୍ୟ ସୂଚନା ପଠାଇବା ଲାଗି କୁହାଯାଇଛି। ସୂଚନାଯୋଗ୍ୟ, ଏଆଇଏଫ୍‌ଏଫ୍‌ର କାର୍ଯ୍ୟଶୈଳିରେ ଅସନ୍ତୋଷ ପ୍ରକାଶ କରି ଆଇ-ଲିଗ୍‌ର ୬ଟି ପ୍ରମୁଖ ଦଳ ମୋହନ ବାଗାନ, ଇଷ୍ଟ ବେଙ୍ଗଲ, ମିନର୍ଭା ପଞ୍ଜାବ, ଚର୍ଚ୍ଚିଲ ବ୍ରଦର୍ସ, ଆଇଜଲ ଏଫ୍‌ସି ଏବଂ ଗୋକୁଳମ କେରଳ ଫିଫାର ହସ୍ତକ୍ଷେପ ଲୋଡିଥିଲେ। ଆଇ-ଲିଗ୍‌ ଦେଶର ପ୍ରଥମ ପ୍ରଫେସନାଲ ଲିଗ୍‌ ହୋଇଥିବାବେଳେ ଏଆଇଏଫ୍‌ଏଫ୍‌ ଆଇଏସ୍‌ଏଲକୁ ଦେଶର ଶ୍ରେଷ୍ଠ ଲିଗ୍‌ ମାନ୍ୟତା ପ୍ରଦାନ କରିବା ଲାଗି ଯୋଜନା ଚଳାଇଥିବା ସେମାନେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ ଏଆଇଏଫ୍‌ଏଫ୍‌ର ପ୍ରଶାସନିକ ବ୍ୟବସ୍ଥା ଏକ ପ୍ରକାର ପଙ୍ଗୁ ପାଲଟି ଯାଇଛି। ଏହା ଅନ୍ୟର ହାତବାରିସୀ ପାଲିଟି ଯାଇଛି ବୋଲି ମଧ୍ୟ ସେମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri