ଋଷି କପୁରଙ୍କୁ ମନେପକାଇ ପାକିସ୍ତାନୀ ନାୟିକା ଲେଖିଲେ ‘କେବଳ ତୁମର ହିନା’

ମୁମ୍ବାଇ: ଏପ୍ରିଲ ମାସ ଶେଷରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୁରୁଣା କଳାକାରଙ୍କୁ। ଋଷି କପୁର ଓ ଇର୍ଫାନ ଖାଁଙ୍କୁ। ହେଲେ ଯୁଗ ଯୁଗ ଧରି ସିନେପ୍ରେମୀଙ୍କ ହୃଦୟରେ ଏମାନେ ଅଭୁଲା ହୋଇ ରହିବେ। ନିକଟରେ ପାକିସ୍ତାନୀ ନାୟିକା ଜେବା ବଖତିୟାର ଋଷି କପୁରଙ୍କୁ ମନେ ପକାଇ ଏକ ଇମୋଶନାଲ ପୋଷ୍ଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆାର ଭାଇରାଲ ହେଉଛି। ୧୯୯୧ରେ ଜେବା ବଲିଉଡ୍‌ ମୁଭି ‘ହିନା’ରେ ଅଭିନୟ କରିଥିବା ବେଳେ ତାଙ୍କ ନାୟକ ଥିଲେ ଭେଟେରାନ ଅଭିନେତା ଋଷି କପୁର। ଏବେ ଋଷିଙ୍କ ନିଧନକୁ ଜେବା ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହି ଅଭିନେତାକୁ ଅଧିକ ମନେପକାଉଥିବା କଳାକାରଙ୍କ ମଧ୍ୟରେ ଜେବା ଜଣେ ବୋଲି କୁହାଯାଉଛି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଋଷିଙ୍କୁ ହରାଇବାର ଦୁଃଖ ବର୍ଣ୍ଣନା କରିଛନ୍ତି। ଏମିତିକି ବଞ୍ଚିଥିବା ପର୍ଯ୍ୟନ୍ତ ସେ କେବେ ଋଷିଙ୍କୁ ଭୁଲିବେ ନାହି ବୋଲି ଲେଖିଛନ୍ତି। ତା’ସହ ‘ହିନା’ର ଶୁଟିଂ ସମୟରେ ସେ ଋଷିଙ୍କଠାରୁ ଯାହା ଶିଖିଛନ୍ତି ତାହା ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି ସେ କହିଛନ୍ତି। ଆଉ ଶେଷରେ ନିଜର କୋହକୁ ସମ୍ବରଣ କରି ଜେବା ଲେଖିଛନ୍ତି, ଆଉ ଅଧିକ କିଛି ଲେଖି ପାରୁନି ଶେଷରେ ‘ସିର୍ଫ ତୁମ୍ଭାରୀ ହିନା’। ଜେବାଙ୍କର ଏହି ପୋଷ୍ଟ ଅନେକ ସିନେପ୍ରେମୀଙ୍କ ମନକୁ ଛୁଇଁ ଯାଇଛି। ସୂଚନାଯୋଗ୍ୟ, ୧୯୯୧ରେ ଋଷି କପୁର ଓ ଜେବା ବଖତିୟାର ବଲିଉଡ୍‌ ରୋମାଣ୍ଟିକ ମୁଭି ‘ହିନା’ରେ ଅଭିନୟ କରିଥିଲେ। ଯାହା ସେ ସମୟରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

Share