ଋଷିକୁଲ୍ୟାରୁ ଜଳ ଯୋଗାଣ ବନ୍ଦ:  ୫ ଦିନ ହେଲା ମିଳୁନି ପିଇବା ପାଣି

ବ୍ରହ୍ମପୁର ଅଫିସ,୨୪ା୭: ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅଦୂରଦର୍ଶିତା ଯୋଗୁ ବ୍ରହ୍ମପୁର ସହରରେ ଶ୍ରାବଣ ମାସରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ କି ଦୁଇଟି ସାହି ନୁହଁ, ପ୍ରାୟ ଅଧା ବ୍ରହ୍ମପୁରରେ ଏବେ ପିଇବା ପାଇଁ ପାଣି ନାହିଁ। ୫ ଦିନ ହେଲା ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଲେଣି। କିନ୍ତୁ ଅଧିକାରୀମାନେ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଗଜପତିନଗରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତେଜନା ଦେଖାଦେଇଥିଲା। ସେହିଭଳି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆନ୍ଦୋଳନ ଦାନା ବାନ୍ଧୁଛି।
ବ୍ରହ୍ମପୁର ଆମ୍ବପୁଆରୁ ନୂଆବସ୍‌ଷ୍ଟାଣ୍ଡ ଏବଂ ଖଲ୍ଲିକୋଟ କଲେଜ ଅଞ୍ଚଳ ପର୍ଯ୍ୟନ୍ତ ଋଷିକୁଲ୍ୟାର କାଳିଆବାଲିରୁ ପାନୀୟ ଜଳ ଯୋଗାଣ ହୋଇଥାଏ। ଏସବୁ ଅଞ୍ଚଳ ପାଇଁ ଦୈନିକ ପ୍ରାୟ ୧୫ ଏମ୍‌ଏଲ୍‌ଡି(ମିଲିୟନ ଲିଟର ପର ଡେ)ରୁ ଅଧିକ ପାଣିର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ଦୈନିକ ୧୦ଏମ୍‌ଏଲ୍‌ଡି ପାଣି ଆସିବା ମଧ୍ୟ କଷ୍ଟ ହୋଇପଡ଼ୁଛି। ଫଳରେ ସବୁ ଅଞ୍ଚଳକୁ ଏକକାଳୀନ ଜଳଯୋଗାଣ ସମ୍ଭବ ହୋଇପାରୁନି। କାଳିଆବାଲିରୁ ବ୍ରହ୍ମପୁରକୁ ସଂଯୋଗ ହୋଇଥିବା ପାଇପ୍‌ଲାଇନ୍‌ ଦୀର୍ଘ ବର୍ଷ ହେଲା ବଦଳାଯାଇ ନ ଥିଲା। ଗତ କିଛିମାସ ପୂର୍ବେ ଏହାର ସମୀକ୍ଷା କରାଯାଇଥିବା ବେଳେ ପାଇପ୍‌ ଲାଇନ୍‌କୁ ବଦଳାଇବା ପାଇଁ ବିଭାଗୀୟ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ର ସରକାରଙ୍କ ‘ଅମୃତ’ ଯୋଜନାରେ ପ୍ରାୟ ୨୦କୋଟି ଟଙ୍କାରେ ପାଇପ୍‌ ଲାଇନ୍‌ ବଦଳାଇବା କାର୍ଯ୍ୟ ଆରମ୍ଭ ହୋଇଛି। ତିନୋଟି ପର୍ଯ୍ୟାୟରେ କାମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ କାଳିଆବାଲିରୁ ପୁକୁଡ଼ିବନ୍ଧ ଛକ ପର୍ଯ୍ୟନ୍ତ ପାଇପ୍‌ ବିଛା କାମ ଶେଷ ହୋଇଛି। ଏଣୁ ଗତ ୨୦ତାରିଖରୁ ପୁରୁଣା ପାଇପ୍‌ ବଦଳରେ ନୂଆ ପାଇପ୍‌ଲାଇନ୍‌ରେ ପାଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଉଛି। ସମସ୍ୟା ହେଉଛି, ଅନେକ ସ୍ଥାନରେ ପାଇପ୍‌ ଫାଟି ପାଣି ବୋହିଯାଉଛି। ଫଳରେ ବ୍ରହ୍ମପୁର ସହରକୁ ପାନୀୟ ଜଳଯୋଗାଣ ବ୍ୟାହତ ହେଉଛି। ସହରର ଗଜପତିନଗର, ଭିଆଇପି କଲୋନୀ, ଗୋଇଲୁଣ୍ଡି, ଶାନ୍ତି ନଗର, ନୂଆବସ୍‌ଷ୍ଟାଣ୍ଡ ଅଞ୍ଚଳ, ଅଶୋକନଗର ଆଦି ଆଖାପାଖ ଅଞ୍ଚଳରେ ପିଇବା ପାଇଁ ପାଣି ନାହିଁ। ଅଞ୍ଚଳବାସୀ ଏନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ। ମଙ୍ଗଳବାର ପୂର୍ବାହ୍ନରେ ଗଜପତିନଗରରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ।
ଏନେଇ ଜନସ୍ବାସ୍ଥ୍ୟ ବିଭାଗ ବ୍ରହ୍ମପୁର ଡିଭିଜନ ଇନ୍‌ଚାର୍ଜ ବିଘ୍ନେଶ୍ୱର ପଣ୍ଡା କୁହନ୍ତି, କାଳିଆବାଲିରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ପାଇପ୍‌ଲାଇନ୍‌ ୧୯୮୦ରେ ବଦଳା ଯାଇଥିଲା।
ପାଇପ୍‌ଗୁଡ଼ିକ ଖରାପ ହୋଇଯାଇଥିବା ଯୋଗୁ ଏବେ ପୁଣି ଥରେ ବଦଳାଯାଉଛି।
ନୂଆ ପାଇପ୍‌ରେ ପରୀକ୍ଷାମୂଳକ ଭାବେ ପାଣି ଛଡ଼ାଯାଉଥିବା ଯୋଗୁ ସମସ୍ୟା ହେଉଛି। ତଥାପି ମଙ୍ଗଳବାର ରାତି ସୁଦ୍ଧା ଅଞ୍ଚଳକୁ ଜଳ ଯୋଗାଣ ସ୍ବାଭାବିକ ହେବ। ବର୍ତ୍ତମାନ ପାଇଁ କିଛି କିଛି ଅଞ୍ଚଳକୁ ଦକ୍ଷିଣପୁର ଘାଇରୁ ଜଳ ଯୋଗାଣ ହେଉଛି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri