ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ ଜ୍ୱର ଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏବେ ଶୀତ ଋତୁର ଆରମ୍ଭ ହୋଇଛି। ଏହି ଋତୁରେ ବୁଲିବା ଚାଲିବା ପାଇଁ ଯେତିକି ମଜା ଲାଗିଥାଏ, ସେତିକି ଦେହ ଖରାପ ହେବାର ସମ୍ଭାବନା ମଧ୍ୟ ରହିଥାଏ। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ଦେଖାଦେଇଥାଏ। ତେବେ ଏହି ସବୁ ସମସ୍ୟା ପାଇଁ ଚିିନ୍ତିତ ହେବା ଆବଶ୍ୟକ ନାହିଁ। କାରଣ କିଛି ଘରୋଇ ଉପାୟରୁ ଏହି ସବୁ ରୋଗରୁ ମୁକ୍ତି ମିଳିବ।
କମଳା ଚା’: ଶୀତ ଦିନେ ଥଣ୍ଡା କିମ୍ବା ଜ୍ୱର ହୋଇଥିଲେ ଘରେ କମଳା ଚା’ ପ୍ରସ୍ତୁତ କରି ପିଇପାରିବେ। କମଳା ଚା’ କରିବା ପାଇଁ ଏହି ଚୋପାର ଆବଶ୍ୟକତା ପଡ଼ିଥାଏ। ପ୍ରଥମେ ଗ୍ୟାସ୍‌ରେ ଏକ କପ୍‌ ପାଣି ଫୁଟାଇ ସେଥିରେ କମଳା ଚୋପା ପକାଇ ଫୁଟାନ୍ତୁ। ସେଥିରେ କିଛି ଗୁଜୁରାତି ଓ ଡାଲିଚିନି ପକାଇ ଭଲ କରି ଫୁଟାନ୍ତୁ। ଫୁଟିଯିବା ପରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଢ଼ାଙ୍କି ଦିଅନ୍ତୁ। ଏହାପରେ ଏଥିରେ ମହୁ ମିଶାଇ ପିଅନ୍ତୁ ଦେଖିବେ ଥଣ୍ଡା ସମସ୍ୟାରୁ ଉପଷମ ମିଳିବ।
ସୁପ୍‌: ଥଣ୍ଡା କି ଜ୍ୱର ହେଲେ କିଛି ଖଟାମିଠା ଅବା ଲୁଣି ଖାଦ୍ୟ ଖାଇବାକୁ ଇଛା ହୋଇଥାଏ। ତେବେ ପରିବା ସୁପ୍‌ କିମ୍ବା ଚିକେନ ସୁପ୍‌ ପିଇପାରିବେ। ଏହା ସ୍ବାସ୍ଥ୍ୟ ପାଇଁ ହିତକର ହେବା ବେଳେ ସ୍ବାଦିଷ୍ଟ ମଧ୍ୟ ହୋଇଥାଏ ।
ମସଲା ଚା’: ଥଣ୍ଡା ହୋଇଥିବା କାରଣରୁ ଗଳାରେ ବ୍ୟଥା ଅନୁଭବ କରିବା, କାଶ ହେବା ଏହି ସବୁ କାରଣରୁ ଔଷଧୀୟ ଗୁଣ ଭରପୂର ଚା’ ପିଇବା ଉଚିତ। ଅଦା, ତୁଳସୀ, ଗୋଲମରିଚ ଓ ହଲଦି ପକାଇ କାଢ଼ା ପ୍ରସ୍ତୁତ କରିବା ପରେ ଏହାକୁ ପିଇବା ଦ୍ୱାରା ଆରାମ୍‌ ମିଳିଥାଏ ।
ଫଳ: ଥଣ୍ଡା,ସର୍ଦ୍ଦି ହୋଇଥିଲେ ଭିଟାମିନ ସି ଥିବା ଫଳ ଲେମ୍ବୁ, କମଳା, ଅଁଳା ଆଦି ଖାଇବା ଭଲ। ଶରୀରକୁ ସ୍ବାସ୍ଥ୍ୟକର ରଖିବା ପାଇଁ ପ୍ରତିଦିନ ଗୋଟିଏ ଫଳ ସେବନ କରିବା ଉଚିତ। ଏହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri