ଋଣ ମାଫ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ

ନୂଆଦିଲ୍ଲୀ,୩୦।୪: ନୀରବ ମୋଦି, ମେହୁଲ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତିବିଶେଷ ବ୍ୟାଙ୍କରୁ ବହୁ କୋଟି ଟଙ୍କାର ଋଣ ଠକେଇକରି ଏବେ ବିଦେଶରେ ରହୁଛନ୍ତି। ସରକାର କାହିଁକି ସେମାନଙ୍କ ଋଣକୁ ରାଇଟ ଅଫ୍‌ କରିଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ ପ୍ରଶ୍ନ କରିଛନ୍ତି। ପଳାତକଙ୍କ ଋଣ ମାଫ୍‌ ନ ହେଉ ବୋଲି ସେ ଦାବି କରିଛନ୍ତି। ଅଧିକାଂଶ ଋଣ ଉପା ସରକାରଙ୍କ ଅମଳରେ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ତାକୁ ଅସୁଲ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ଏହାର ଉତ୍ତର ଚିଦାମ୍ବରମ ରଖିଛନ୍ତି । ସାଧାରଣତଃ ପଳାତକଙ୍କ ଲାଗି ଋଣ ମାଫ୍‌ ସୁବିଧା ନ ଥାଏ। ମାତ୍ର ସରକାର କାହିଁକି ଏହାକୁ ଲାଗୁ କରାଇଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସରକାର ପଳାତକଙ୍କ ୬୮ ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିବା ନେଇ କଂଗ୍ରେସ ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ରାହୁଲ ଗାନ୍ଧୀ ରାଇଟ ଅଫ୍‌ ଏବଂ ଛାଡ଼ ମଧ୍ୟରେ ତଫାତ ଜାଣିବା ଉଚିତ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଖଲାପକାରୀଙ୍କୁ ସରକାର କାହିଁକି ଏତେ ଦରଦ ଦେଖାଉଛନ୍ତି। ଏ ଦିଗରେ ପ୍ରଧାନମନ୍ତ୍ରୀ ନିଜର ନୀରବତା ଭାଙ୍ଗନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri