ଋଣଭାର ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଧାମନଗର,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଡ଼ିହ ନୂଆପାଟଣା ଗ୍ରାମର ଜଣେ ଚାଷୀଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଉମାକାନ୍ତ ଲେଙ୍କା (୫୮)। ଋଣଭାର ଶୁଝି ନ ପାରି ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ବୁଧବାର ଧୂଷୁରୀ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଉମାକାନ୍ତ ଗତ ଶୁକ୍ରବାର କୀଟନାଶକ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଭଦ୍ରକ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସକାଳେ କଟକ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି।