ଉହାନ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶେଷ କରୋନା ସଂକ୍ରମିତ: ଫଟୋ ଭାଇରାଲ

ବେଜିଂ,୧୩।୩: ଗତବର୍ଷ ଶେଷ ବେଳକୁ ଚାଇନାରେ ଦେଖାଦେଇଥିବା କରୋନା ଭାଇରସ ଧୀରେ ଧୀରେ ତା’ର କାୟା ବିସ୍ତାର କରିଥିଲା। ବିଶେଷ କରି ଉହାନ ସହରରେ ଏହା ଅଧିକ ପରିମାଣରେ ଦେଖାଦେଇଥିଲା। ଏହାପରେ ଅଧିକାଂଶ ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଏମିତିକି ପରିସ୍ଥିତି ଅଣାୟତ ହେବାରୁ କେତେକ ସିନେମା ହଲ୍‌, ଷ୍ଟାଡିମୟ, ମଲ୍‌ ଆଦିକୁ ହସ୍ପିଟାଲରେ ପରିଣତ କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା। ଏହାରି ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମଧ୍ୟ କରୋନା କବଳରୁ ମୁକ୍ତି ପାଇପାରିଲେ ନାହିଁ। ଏବେ ଉହାନ ସହରରୁ ଆସିଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ ଜଣାପଡିଛି କି ଉହାନ ସହରର ଏକ ହସ୍ପିଟାଲରୁ କରୋନା ସଂକ୍ରମିତ ଶେଷ ରୋଗୀ ଡିସ୍‌ଚାର୍ଜ ହେବା ପରେ ସେଠାକାର ଜଣେ ଡାକ୍ତର କେମିତି ହସ୍ପିଟାଲ ବେଡ୍‌ ଉପରେ ଥକା ମେଣ୍ଟାଉଛନ୍ତି। କୁହାଯାଉଛି କି ଚାଇନାରେ କରୋନା ଭାଇରସ ସଂକ୍ରମଣ ବଢୁଥିବା ବେଳେ ଏଠାକାର ଡାକ୍ତର ଦିନରାତି ଏକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ। ଆଉ ଏବେ ଚାଇନାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଇରାନ ଓ ଇଟାଲିରେ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି...

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri