ଉହାନ ବାୟୁମଣ୍ଡଳରେ ବଢୁଛି ସଲଫର ଡାଇଅକ୍ସାଇଡ୍‌ ମାତ୍ରା: ପ୍ରମାଣିତ କରୁଛି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର୍‌ ଅଧିକ !

ବେଜିଂ,୧୧।୨: କରୋନା ଭୁତାଣୁ ଚାଇନାରେ ମୁଣ୍ଡ ଗଡ଼ାଇ ଚାଲିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ ଛୁଇଁଛି। ତେବେ ଚାଇନା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ରିପୋର୍ଟକୁ ଉହାନ ସହର ବାୟୁମଣ୍ଡଳରେ ବଢୁଥିବା ସଲଫର ଡାଇଅକ୍ସାଇଡ୍‌ ମାତ୍ରା ଭୁଲ୍‌ ପ୍ରମାଣିତ କରୁଛି ବୋଲି କେତେକ ଗଣମାଧ୍ୟମ ସଂସ୍ଥା ଦାବି କରିଛନ୍ତି। କରୋନା ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର୍‌ ଅଧିକ ରହିଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧିକ ମୃତଦେହ ଏବଂ ମେଡିକାଲ ବର୍ଜ୍ୟ ଜଳାଇବା ଦ୍ୱାରା ଏପରି ହେଉଥିବା କୁହାଯାଉଛି। ହଠାତ୍‌ ସଲଫର ଡାଇଅକ୍ସାଇଡ୍‌ସ୍ତର ବୃଦ୍ଧି ପାଇବା ନିଶ୍ଚତ ଭାବେ ସରକାରୀ ରିପୋର୍ଟରେ ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ମିଥ୍ୟ ବୋଲି ଦାବି କରାଯାଇଛି। ଉପଗ୍ରହରୁ ମିିଳିଥିବା ଚିତ୍ର ଆଧାରରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ ଏଭଳି କୁହାଯାଇଛି। କରୋନା ମୃତକଙ୍କ ଦେହକୁ ନ ପୋତି ସୁରକ୍ଷା ଦୃଷ୍ଟିରୁ ଜଳାଇ ଦେବାକୁ ଚାଇନା ସରକାର କହିଛନ୍ତି। ତେବେ ଏବେ କେତେ ମୃତଦେହର ଦାହ ସଂସ୍କାର କରାଯାଇଛି ତାହା ସରକାରୀ ରିପୋର୍ଟରେ ସୂଚିତ କରାଯାଇ ନାହିଁ। ମାତ୍ର ସଲଫର ଡାଇଅକ୍ସାଇଡ୍‌ସ୍ତର ସୂଚାଇ ଦେଉଛି ଯେ, ଉହାନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି।

Share