ଉହାନରେ କରୋନା ମୃତ୍ୟୁସଂଖ୍ୟା ୫୦% ବଢ଼ିଲା

ବେଜିଂ/ଉହାନ,୧୮ା୪(ପି.ଟି.): ଚାଇନା ସରକାର ପୂର୍ବରୁ ପ୍ରକାଶିତ କରୋନାଜନିତ ମୃତ୍ୟୁସଂଖ୍ୟାରେ ଶୁକ୍ରବାର ସଂଶୋଧନ କରିଛନ୍ତି। ଦେଶରେ କରୋନା ସଂକ୍ରମଣରେ ୪,୬୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ କୁହାଯାଇଛି। ଭୂତାଣୁ ଉତ୍ପତ୍ତିର କେନ୍ଦ୍ରସ୍ଥଳ ଉହାନ ସହରରେ ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି। ବେଜିଂ କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ ଲୁଚାଉଥିବା ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହେବା ପରେ ମୃତ୍ୟୁସଂଖ୍ୟାରେ ପରିବର୍ତ୍ତନ କରିଛି। ଏପ୍ରିଲ ୧୬ ସୁଦ୍ଧା ଉହାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫ ବୃଦ୍ଧି କରାଯାଇ ୫୦,୩୩୩ ଦର୍ଶାଯାଇଛି। ଏହି ସମୟରେ ଅଧିକ ୧୨୯୦ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଉହାନ ମ୍ୟୁନିସିପାଲ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଫଳରେ ଏହି ସହରରେ କରୋନାରେ ୩,୮୬୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସଂଶୋଧନ ଫଳରେ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୬୯୨ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୪,୬୩୨ ହୋଇଛି।
ଚାଇନା କରୋନା ମୃତ୍ୟୁସଂଖ୍ୟା କମ୍‌ ଦର୍ଶାଉଥିବାନେଇ ଆମେରିକା, ବ୍ରିଟେନ ଓ ଅନ୍ୟ କେତେକ ଦେଶ ଅଭିଯୋଗ କରିଥିଲେ। ବେଜିଂର ରିପୋର୍ଟରେ ସ୍ବଚ୍ଛତା ନାହିଁ ଓ ଏହା ଭୂତାଣୁ ସଂକ୍ରମଣଜନିତ କ୍ଷୟକ୍ଷତିକୁ ଲୁଚାଉଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ତଥ୍ୟ ଲୁଚାଇବା ଅଭିଯୋଗକୁ ଚାଇନା ଶୁକ୍ରବାର ଖଣ୍ଡନ କରିଛି। ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇବାରୁ ସବୁ ହିସାବ ସରକାରଙ୍କ ପାଖକୁ ଆସିପାରି ନ ଥିଲା ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ପରେ ହିସାବ କରାଯାଇ ରିପୋର୍ଟରେ ସଂଶୋଧନ କରାଯାଇଛି। ଏହା ସ୍ବଚ୍ଛ ଓ ଠିକ୍‌ ତଥ୍ୟ ବୋଲି ଉହାନ ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri