ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

 

ପର୍ଲା, ୨୪।୧୨ (ଡି.ଏନ୍‌.ଏ.)-
ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଡା.ଲଲିତ ବେହେରାକଁର ଦେଖ୍‌ରେଖରେ ଗୁଟେ ଡାକ୍‌ତରୀ ଦଲ ଉର୍ବଶୀକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲ ଉର୍ବଶୀକଁର ପରୀକ୍ଷା ନିରୀକ୍ଷା କରବାର ସଂଗେ ଉଚ ଚିକିଛାର ବେବସ୍‌ତା କରାଯିବା ବଲି କଥା ଦେଇଥିବାର ଜନାଯାଇଛେ।
ପୂର୍ବର ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଜୟନ୍ତପୁର ପଁଚେତ ଅଧୀନ ରଇନଗୁଡ଼ା ଗଁାର ସୁନ୍ଦର ମାଝିକଁର ମାଏକିନା ଉର୍ବଶୀ(୫୪)। ସେ ଆଏଜ୍‌କେ ୪ମାସ ହେଲା କେହେନ୍‌ସି ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ପରିବାର ଲୋକ୍‌ ଜମିବାଡ଼ି, ଘରଡ଼ିହ ବଁଧକ୍‌ ପକେଇ ଆସର ପାସର ଡାକ୍‌ତରଖାନାରେ ଉର୍ବଶୀକଁର ଚିକିଛା କରେଇ ନିରାଶ ହେଇଛନ୍‌। ଅଁଧ ବିସୁଆସରେ ପରିବାର ଲୋକ୍‌ ଗୁଣିଗାରେଡି, ଫୁକାଝରା, ବଇଦ୍‌ ଡକେଇ ଝିଁକ୍‌ ବି ଦେଇ ସାରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଉର୍ବଶୀକୁଁ ଚଉ ଚିକିଛା ଲାଗି କଟକ ନେଲେ ସେ ଭଲ ହେଇପାରବେ। ହେଲେ ପରିବାରଟା ନିହାତି ଗରିବ୍‌, ଉର୍ବଶୀକୁଁ ଚିକିଛା ଲାଗି କଟକ ନେବାର ସେମାନେ ସପନ୍‌ରେ ବି ଭାବି ନାଇଁପାରବାର। ଇଆଡ଼େ ଉର୍ବଶୀ କାଠ୍‌ ଲେଖେଁ ଖଟେ ପଡ଼ି ରହିଛନ୍‌ ହଲ୍‌ଚଲ ହେଇ ନାଇଁପାରବାର। ଖାଲି କଥା ଦୁଇପଦ୍‌ କହିପାରୁଛନ୍‌। ଖଟେ ଗଧାମଖା, ଖାନାପିନା, ଝାଡ଼ାଝପଟ କରୁଛନ୍‌। ଇଆଡ଼େ ଉର୍ବଶୀ ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ ବଲି ସବୁବେଲେ ଯାହାକେ ଦେଖ୍‌ଲେ ଗୁହାରି କରୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ସୁନ୍ଦର ମାଝି ତାକର ଦୁଖ୍‌ ଦୁରଦଶା ବାବ୍‌ଦେ ଥାନୀଅ ଧରିତ୍ରୀ ପରତିନିଧିକୁଁ କହିଥିଲେ। ସେ ହିସାବେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବହାରିଥିଲା। ଖବର ବାହାରଲାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡା. ଲଲିତ ବେହେରାକଁର ଦେଖ୍‌ରେଖରେ ଫାର୍ମାସିଷ୍ଟ ପ୍ରକାଶ ସାହୁକଁର ସଂଗେ ଉନିଆ କରମ୍‌କରତା ଉର୍ବଶୀକଁର ଘରେ ପୁହୁଁଚିଥିଲେ। ସେଠାନେ ଉର୍ବଶୀକଁର କିଛି ପରୀକ୍ଷା ନିରୀକ୍ଷା କରବାର ସଂଗେ ଉଚ ଚିକିଛା ଲାଗି କଟକ ନେବାର ବେବସ୍‌ତା କରାଯିବା ବଲି ଡା.ବେହେରା ସୂଚନା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri