Categories: ଜାତୀୟ

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ସେହିପରି ରାଜ୍ୟ ସଭା ଅଧିବେଶନ ୧୦୭ ଘଣ୍ଟା ୧୧ ମିନିଟ ଚାଲିଥିଲା ଓ ଶତ ପ୍ରତିଶତ ଫଳପ୍ରଦ ହୋଇଛି। ୧୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହୋଇଥିବା ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟରେ ରହିଛି ନାଗରିକତ୍ୱ ସଂଶୋଧନ ବିଲ୍‌, ଏସ୍‌ପିଜି ସଂଶୋଧନ ବିଲ୍‌, ଟ୍ରାନ୍ସଜେଣ୍ଡର ବ୍ୟକ୍ତି (ଅଧିକାର ସୁରକ୍ଷା) ବିଲ୍‌, ଇଲେକ୍ଟ୍ରୋନିକ୍‌ ସିଗାରେଟ ନିଷିଦ୍ଧ ବିଲ୍‌। ହଟ୍ଟଗୋଳ ଯୋଗୁ ରାଜ୍ୟ ସଭାରେ ୧୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବରବାଦ ହୋଇଥିଲା। ତେବେ ବିଭିନ୍ନ ବିଲ୍‌ ପାସ୍‌ ଲାଗି ସଦସ୍ୟମାନେ ନିର୍ଦ୍ଧାରିତ ନିର୍ଘଣ୍ଟଠାରୁ ଅଧିକ ସମୟ ଉପସ୍ଥିତ ରହିଥିଲେ।

Share