କୁଆଁରମୁଣ୍ଡା, ୨୭।୧୨(ଡି.ଏନ.ଏ.)-ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା, ଅଣ୍ଡାଳି-ଜାମବାହାଲ, କାଦୋବାହାଲ ଇତ୍ୟାଦି ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଫାର୍ମାସିଷ୍ଟମାନେ ନିଜକୁ ଡାକ୍ତର ବୋଲାଇବା ସହ ଘରୋଇ କ୍ଲିନିକ ଖୋଲି ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ନାଁରେ ଲୁଟୁଛନ୍ତି। ଏହା ସହ ରାଜ୍ୟ ବାହାର କେତେକ ବ୍ୟକ୍ତି ଡାକ୍ତର ସାଜି ଲୋକଙ୍କ ଚିକିତ୍ସା କରୁଛନ୍ତି। ଏହି କ୍ୱାକ୍ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସାଧାରଣ ଜ୍ୱରଟିଏ ହେଲେ ବି ଅତିକମ୍ରେ ହଜାରେ ଟଙ୍କାର ଔଷଧ ଦେଉଛନ୍ତି। ଏହି ଅଞ୍ଚଳରେ ମୁଖ୍ୟତଃ ଗରିବ ଜନଜାତି/ଜାତିିବର୍ଗର ଲୋକେ ବସବାସ କରିଥାଆନ୍ତି। ନିରକ୍ଷର ଓ ଅଜ୍ଞତା କାରଣରୁ ସେମାନଙ୍କୁ ସ୍ବାସ୍ଥ୍ୟସେବା ନାଁରେ ଲୁଟୁଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ କ୍ୱାକ୍ମାନେ। ରାଏବୋଗା, ଅଣ୍ଡାଳି, ଜାମବାହାଲ, ସଲଙ୍ଗାବାହାଲ, କାଦୋବାହାଲ, ଝୁନମୂର ଇତ୍ୟାଦି ପଞ୍ଚାୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଘୁରି ବୁଲୁଛନ୍ତି ଏହି କ୍ୱାକମାନେ। ସେମାନଙ୍କର ନାଁ ଅଛି ଶିକ୍ଷାଗତ ଯୋଗ୍ୟତା ନାଁ ପ୍ରମାଣପତ୍ର। ରାତିପାହି ସକାଳ ହେଲେ ଉକ୍ତ ଅଞ୍ଚଳଗୁଡିକରେ କ୍ୱାକମାନେ ବୁଲି ବୁଲି ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମନଇଛା ଔଷଧ ଦେଇ ସେମାନଙ୍କୁ ଲୁଟୁଛନ୍ତି। ଏପରିକି ସେମାନଙ୍କ ଦ୍ୱାରା ଚିକିତ୍ସିତ ରୋଗୀ ଅଧିକାଂଶ ସମୟରେ ଭଲ ଆରୋଗ୍ୟ ହେବା ପରିବର୍ତ୍ତେ ମୃତ୍ୟୁବରଣ କରିଥାଏ। ଏହିଭଳି ଅନେକ ରୋଗୀ ଏହି ବ୍ଲକର ଉପାନ୍ତ ଅଞ୍ଚଳରେ ମୃତ୍ୟୁବରଣ କରୁଥିବା ବେଳେ ପରିବାର ଲୋକେ କ୍ୱାକମାନଙ୍କୁ ଦୋଷ ନ ଦେଇ ନିଜ ଭାଗ୍ୟର ଦୋଷ ଦେଇଥାଆନ୍ତି। ସେମାନଙ୍କର ଏହି ନିରୀହପଣ ଯୋଗୁ ଦିନକୁ ଦିନ କ୍ୱାକମାନଙ୍କ ଦୌରାମତ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଡାକ୍ତର ଅଭାବ କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ସେମାନଙ୍କୁ ବରଦାନ ପାଲଟୁଛି। ରୋଗୀଙ୍କ ଜୀବନ ସହିତ ଚାଲିଛି ଖେଳ। ରାଏବୋଗା ଓ ଏହାର ଆଖପାଖ ଅଞ୍ଚଳରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଔଷଧ ଦୋକାନ ସହ ବେଆଇନ କ୍ଲିନିକ୍ ଖୋଲି ରୋଗୀମାନଙ୍କୁ ମୋଟା ଅଙ୍କରେ ଲୁଟୁଛନ୍ତି। ଖୋଦ୍ ରାଏବୋଗାରେ ଜନୈକ କ୍ୱାକଙ୍କ କ୍ଲିନିକ୍ରେ ରୋଗୀ ଚିକିସତ୍ିତ ହେଲେ ସର୍ବନିମ୍ନ ୩ଶହ ଟଙ୍କା ଫିସ୍ ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନାଁରେ ଲୁଟି କ୍ୱାକମାନେ ବିତଶାଳୀ ହେଉଛନ୍ତି। ସରକାରୀ ଡାକ୍ତରଖାନାକୁ ଯଦି କେହି ଡାକ୍ତର ପୋଷ୍ଟିଂ ହେଲେ ତେବେ ତାଙ୍କ ବିରୋଧରେ ଲୋକଙ୍କୁ ମତାଇ କ୍ୱାକମାନେ ଡାକ୍ତରମାନଙ୍କୁ ରଖାଇ ଦେଉନାହାନ୍ତି। ବିନା ଲାଇସେନ୍ସରେ ରୋଗୀ ସେବା ଓ ଔଷଧ ଦୋକାନ ଖୋଲୁଥିବା ଉକ୍ତ କ୍ୱାକମାନଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହାର ପ୍ରମୁଖ କାରଣ ହେଉଛି ଡ୍ରଗ୍ସ ଇନ୍ସପେକ୍ଟରଙ୍କର ନିୟମିତ ଏହି ଅଞ୍ଚଳଗୁଡିକ ପରିଦର୍ଶନ ହେଉନାହିଁ। ଅବଶ୍ୟ ଏହା ପଛରେ ବିଭାଗୀୟ ଅଧିକାରୀମାନଙ୍କୁ ଯେ ଭିତିରି ମୋଟା ଅଙ୍କର ହାତଗୁଞ୍ଜା ମିଳିଯାଉଥିବା କଥାକୁ ମଧ୍ୟ ଅସ୍ବୀକାର କରିହେବ ନାହିଁ। ମୋଟାମୋଟି ଭାବେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା ସହ କ୍ୱାକମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକେ ନିଶ୍ଚିତଭାବେ ଉପକୃତ ହୋଇପାରିବେ।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ
ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...
କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ
ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...
ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ
ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...
ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍ କଲେ ବିଡିଓ, ଦେଖନ୍ତୁ VIDEO
ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...
କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…
ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...
ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍ କଲେ ଅଦାଲତ
କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...
ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ
ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...
ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି
ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...
Archives


