ଉପହାସ କରୁଛେ ସରକାରୀ ଯୋଜନା:ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ କନ୍ଦର୍ପ

କେସିଙ୍ଗା, ୩।୭ (ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ଦୁଖି, ଭୂମିହୀନ, ବାସହୀନମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ କେନ୍‌ଠାନେ ଭୂମିହୀନ ଘରଡିହ ପାଉଛେ ତ ଘର ନାଇଁ, ଆର କିଏ ଘର ପାଏଲେ କିସ୍‌ତି ଟଁକା ପାଏବାର ଲାଗି ଅଫିସ ନରଦି ନରଦି ନିହାଲ ହେଉଛେ। ସେନ୍‌ତା ଅନେକ ଗରିବ୍‌ ଦୁଖି ସରକାରୀ ସର୍ଭେରେ ଭୁଲଭଟକା ଲାଗି ତାଲିକାରୁ ବାଦ୍‌ ପଡ଼ି ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ପଁଚେତ୍‌ର ଗେଠିପଡ଼ା ଗଁାରେ।
ସୂଚନା ଅନ୍‌ସାରେ ଗେଠିପଡ଼ାର ବାସିନ୍‌ଦା ହେଉଛନ୍‌ କନ୍ଦର୍ପ ମାଝି(୬୫)। ପରିବାର କହେଲେ ମାଏକିନା ଗୁରୁବାରୀ (୬୨) ଆର ଗୁଟେବଲି ଝି’। ଝି’କେ ଅନେକ ଦିନୁ ବିହାଚୁରା କରିଦେଇ ବୁଢ଼ାବୁଢ଼ି ଗୁଟେ ମାଏଟ୍‌ କୁରିଆରେ ରହିଆସୁଛନ୍‌। ସେ ୪୦ ବଛରରୁ ଅଧ୍‌କା ହେଲା ଇ ପଡ଼ାରେ ରହିଆସୁଥିଲାବେଲେ ଅନେକ ଥର ଦରିଦିରିଆ ସୀମାରେଖା ତଲେ ଥିବାର ଲୁକ୍‌କର ସର୍ଭେ ହେଇଛେ। ହେଲେ ଦୁଖର କଥା କନ୍ଦର୍ପ ଝନେ ଭୂମିହୀନ ଗରିବ୍‌ ହେଇଥିଲେ ବି ସର୍ଭେ ବେଲେ କେହେନ୍‌ସି ସରକାରୀ ବାବୁର ନଜର ତାକର ଉପରେ ନାଇଁପଡ଼ି। ୨୦୦୦ ସାଲେ ସରକାରକଁର ତରଫୁ ତାହାକୁ ୪ ଡେସିମିଲ ଜାଗା ମିଲିଥିଲେ ବି ଏସ୍‌ଇସିସି ତାଲିକାରେ ନଁା ନାଇଁଥିବାର ଲାଗି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସରକାରନୁ ପାଇଥିବାର ୪ ଡେସିମିଲ ଜାଗାରେ ବୁଢ଼ାବୁଢ଼ି ମାଏଟ୍‌ କୁରିଆଟେ କରି ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଗଲା ବଛର ଧୁକାଗରେଲରେ ଘରଟା ଭାଂଗିରୁଜି ଗଲାରୁ ତାକର ଦୁଖ୍‌ ଗାଉନିଯାଉଛେ। ହେଲେ ଇ ବାବ୍‌ଦେ ସେ ଆଏଜ୍‌ତକ୍‌ ସରକାରୀ ସାହାଯ୍‌ ନାଇଁ ପାଇପାରି। ଏନ୍‌ତାଥି କନ୍ଦର୍ପ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌କେ ଦଉଡି ଦଉଡି ନିରାଶ ହେଇଛନ୍‌। ସେ ଘର ଲାଗି ଅନେକ ଥର ଆବେଦନ ବି କରିଛନ୍‌, ହେଲେ ତାକର କଥା ଶୁନୁଛେ କିଏ। ଦୁଇ ବୁଢ଼ାବୁଢ଼ି ସରକାରୀ ସାହାଯ୍‌ କହେଲେ ମାସିକ ପାଉଥିବାର ୧୦ କେ.ଜି. ଚାଉଲ ଆର ଭତା ବାବ୍‌ଦେ ୧ ହଜାର ଟଁକା। ଏତ୍‌କିରେ ଦୁଇଝନ୍‌ ମାସେ ଚଲବାର ସମ୍‌ଭବ ନୁହେ, ସେଥିରଲାଗି ବୁଢ଼ାବୁଢ଼ି କାଲେ ବି ଦୁଇ ମାଏଝିମୁନୁଷ ପରହର କାମବୁତା କରି ପେଟ ପାଲୁଛନ୍‌। ଇ ବାବ୍‌ଦେ କନ୍ତେଶିର ପଁଚେତ୍‌ର ପିଇଓକୁଁ ପଚରାଲାରୁ କିଛି ନାଇଁ ହେଇ, କାଣା ହେଇଛେ, ମୁଇଁ ତ କିଛି ନାଇଁ ଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଥାନୀୟ ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ଏସ୍‌ଇସିସି ତାଲିକାରେ ତାକର ନଁା ନଁାଇଁନ, ସେଥିରଲାଗି ସେ ଘର ନାଇଁ ପାଏବାର ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri