Categories: ଜାତୀୟ

ଉପହାର ସିନେମା ଅଗ୍ନିକାଣ୍ଡ ଘଟଣା: ପୀଡିତଙ୍କୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୨୦।୨: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ପୀଡିତଙ୍କୁ ଲାଗିଛି ଝଟ୍‌କା। ସୁପ୍ରିମକୋର୍ଟ ପୀଡିତଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାସହ ଖୋଲା ଅଦାଲତରେ ମାମଲାର ଶୁଣାଣି କରିବାକୁ ମଧ୍ୟ ମନା କରି ଦେଇଛନ୍ତି। ଗତ ୧୩ ତାରିଖରେ ମାମଲାର ଶୁଣାଣି କରାଯାଇଥିବା ବେଳେ ଏବେ ଏହା ଜାରି କରାଯାଇଛି। ଉପହାର ସିନେମା ଅଗ୍ନିକାଣ୍ଡ ଘଟଣାରେ ପୀଡିତଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର କୌଣସି ଯୁକ୍ତି ଯୁକ୍ତ କାରଣ ନ ଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରି ଦେଇଥିବା ଜଣାପଡିଛି।

Share