ଉପରାଷ୍ଟ୍ରପତି ଦେଖିଲେ ‘ବାଟଲା ହାଉସ୍‌’ର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ,୪।୮: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଦେଶଭକ୍ତିର ଫିଲ୍ମ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ ଶନିବାର ଦିଲ୍ଲୀଠାରେ କରାଯାଇଛି। ଅଗଷ୍ଟ ୧୫ରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି। ଏବେ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ରଖିଛନ୍ତି ଜନ୍‌। ସେ କହିଛନ୍ତି ଉପରାଷ୍ଟ୍ରପତି ଫିଲ୍ମର ସ୍କ୍ରିନିଂରେ ଉପସ୍ଥିତ ରହିବା ଗର୍ବର ବିଷୟ। ଏଥିପାଇଁ ଜନ୍‌ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ହୋଇଥିବା ସିରିଏଲ୍‌ ବିସ୍ଫୋରଣକୁ ଏଥିରେ ସ୍ଥାନ ଦିଆଯାଇଛି। ଜନ୍‌ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନି।

Share