Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି। ଇତିମଧ୍ୟରେ କିନ୍ତୁ କଂଗ୍ରେସ ପୁଣି ଥରେ ଅଡୁଆ ସୃଷ୍ଟି କରିଥିବା ଆଲୋଚନା ହେଲାଣି। ପୂର୍ବରୁ ଶୁଣାଯାଉଥିଲା ଉପମୁଖ୍ୟମନ୍ତ୍ରୀ ଆସନରେ ଏନ୍‌ସିପି ବସିବ। ହେଲେ ଶନିବାର ସଂଖ୍ୟା ଗରିଷ୍ଠତା ପ୍ରମାଣ ପୂର୍ବରୁ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପଦ ମାଗିଛି ବୋଲି ଜଣାପଡିଛି। ଅନ୍ୟପଟେ ବାଚସ୍ପତି ପଦପାଇଁ ମଧ୍ୟ ଏନ୍‌ସିପି-କଂଗ୍ରେସ ମଧ୍ୟରେ ଶୀଳତ ଯୁଦ୍ଧ ଚାଲିଥିବା କୁହାଯାଉଛି। ରବିବାର ବାଚସ୍ପତି ଚୟନ ପ୍ରକ୍ରିୟା ରହିଛି। ଯଦି ଏମିତି ହୁଏ ତେବେ ମେଣ୍ଟ ସରକାର ଉଦ୍ଧବଙ୍କ ମୁଣ୍ଡବ୍ୟଥାର ଆଉ ଏକ କାରଣ ହେବ ବୋଲି କୁହାଯାଉଛି।

Share