ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା ମିଳୁଛି। ଭଞ୍ଜନଗରରେ ମଧ୍ୟ ଘରୋଇ କମ୍ପାନୀ ଗୁଡ଼ିକ ୪ଜି ସେବା ପ୍ରଦାନ କରୁଛନ୍ତି। କିନ୍ତୁ ବିଏସ୍‌ଏନଏଲ ସେବା ଭଞ୍ଜନଗରକୁ ପ୍ରଥମେ ଆସିଥିଲେ ମଧ୍ୟ ଆଜିବି ୩ଜି ସେବା ମିଳୁଛି। ଅଧିକାଶଂ ସମୟ ୩ଜି ବଦଳରେ ୨ ଜି ସେବା ମିଳୁଛି। ଏଭଳି ପରିସ୍ଥିତିରେ ପ୍ରାୟ ୧ ମାସ ହେବ ଲଣ୍ଡେଇସାହିରେ ଥିବା ବିଏସ୍‌ଏନଏଲ ଟାୱାରର ଏକ ମେଶିନ ଖରାପ ହୋଇଯାଇଛି। ତାହାକୁ ମରାମତି କରାଯାଉନାହିଁ। ଫଳରେ ଲଣ୍ଡେଇସାହି ଅଞ୍ଚଳର ହଜାର ହଜାର ଗ୍ରାହକ ବିଏସ୍‌ଏନଏଲ ମୋବାଇଲ ଫୋନ ସେବା ଠିକ୍‌ ଭାବେ ପାଇପାରୁନାହାନ୍ତି। ଘର ଭିତରେ ଫୋନ ଲାଗୁନାହିଁ। ଲଣ୍ଡେଇସାହି ଅଞ୍ଚଳରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ବିଇଡ଼ି କଲେଜ ସମେତ ସହରର ଅଧିକାଶଂ ଅଫିସ ସହ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରହିଛି। ଦୌନନ୍ଦିନ ଏହି ଅଞ୍ଚଳକୁ ହଜାର ହଜାର ଲୋକ ବିଭିନ୍ନ କାମରେ ଆସୁଛନ୍ତି। ସେବା ନ ପାଇ ବିଏସ୍‌ଏନ୍‌ଏଲ ମୋବାଇଲ ଫୋନ ବ୍ୟବହାର କରୁଥିବା ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଫଳ ମିଳୁନାହିଁ। ବାଧ୍ୟହୋଇ ଅନ୍ୟ କମ୍ପାନୀର ସିମ୍‌ ବ୍ୟବହାର କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ବିଏସ୍‌ଏନଏଲ୍‌କୁ ୩୦ ପ୍ରତିଶତ ଖର୍ଚ୍ଚ କାଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବିଏସ୍‌ଏନ୍‌ଏଲରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ମାସ ତମାମ କାମ ପାଇପାରିବେ ନାହିଁ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚଳିତ ମାସ ୧୫ରୁ ରାଜ୍ୟର ପ୍ରାୟ ୨୫ଶହ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଥିବା ଭଞ୍ଜନଗର ଶାଖା ସମ୍ପାଦକ ଦିଲୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ ଜୁନ୍‌ ୨୦ରୁ କର୍ମଚାରୀମାନେ ବକେୟା ଦରମା ଓ ଚାକିରି ନିୟମିତ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ୧୦ ଦିନ କାର୍ଯ୍ୟବନ୍ଦ ପରେ ସରକାର ୧ ମାସର ବକେୟା ଦରମା ଦେଇଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଆହୁରି ୫ମାସର ବକେୟା ଦରମା ମିଳିନାହିଁ। ଅନ୍ୟପଟେ ୩୦ ପ୍ରତିଶତ ଖର୍ଚ୍ଚ କାଟ କରିବା ଦ୍ୱାରା କର୍ମଚାରୀମାନେ ମଧ୍ୟ ମାସ ତମାମ କାମ ପାଇବେ ନାହିଁ। ତେଣୁ ଏହା ବିରୋଧରେ ଜୁଲାଇ ୧୫ରୁ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କହିଛନ୍ତି। ଅନ୍ୟପଟେ ବିଏସ୍‌ଏନଏଲ ଯନ୍ତ୍ରୀ ଗୌରୀ ଶଙ୍କର ମିଶ୍ର ଏଠାରେ କହିଛନ୍ତି ଯେ, ଲଣ୍ଡେଇସାହି ଟାୱାରକୁ ଖୁବ୍‌ଶୀଘ୍ର ସମ୍ପୁର୍ଣ୍ଣ ସଚଳ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri