ଉପବାଚସ୍ପତି ନିର୍ବାଚନ ଘୋଷଣା: ରଜନୀକାନ୍ତଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୨୬।୬(ବ୍ୟୁରୋ): ବିଧାନସଭାରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସକାଶେ ଘୋଷଣା କରାଯାଇଛି। ବୁଧବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ ଗୃହରେ ସୂଚନା ଦେଇଥିଲେ। ଉପବାଚସ୍ପତି ନିର୍ବାଚନ ସକାଶେ ବିଧାନସଭା ପକ୍ଷରୁ ମଧ୍ୟ ବିଧିବଦ୍ଧ  ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜେଡି ପକ୍ଷରୁ ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ଭାବେ ନିର୍ବାଚିତ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ତେବେ ବିରୋଧୀ ଦଳ ପକ୍ଷରୁ ଉପବାଚସ୍ପତି ନାମାଙ୍କନ ସକାଶେ କୌଣସି ପ୍ରାର୍ଥୀ ଦିଆଯାଇ ନ ଥିବା ଜଣାପଡ଼ିଛି। ସଂଖ୍ୟାଗରିଷ୍ଠତା ଦୃଷ୍ଠିରୁ ରଜନୀକାନ୍ତ ଏକ ପ୍ରକାର ନିର୍ବାଚିତ ହେବା ସୁନିଶ୍ଚିତ। ଗୁରୁବାର ବାଚସ୍ପତି ଗୃହରେ ନିର୍ବାଚିତ ଉପବାଚସ୍ପତିଙ୍କ ନାମ ଘୋଷଣା କରିବେ।