ଉପକୂଳ ଅଞ୍ଚଳରେ ବଢୁଛି ପବନର ବେଗ

ମହାକାଳପଡ଼ା,୧୯।୫,(ଡି.ଏନ୍‌.ଏ.)- ଅମ୍ପନ୍‌ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ ଓ ନଞ୍ଜୁରା ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହ ବାରନମ୍ବର, ଲୁଣିମାଠିଆ, ବାଘୁଆମେଦ, ସିଂ ପଡ଼ା ଓ ଶବରପଡ଼ା ଆଦିବାସୀଙ୍କୁ ନିକଟ ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରାଯାଇଛି। ସା ସୁଦ୍ଧା ପ୍ରାୟ ୫ ହଜାର ଲୋକଙ୍କୁ ସେଠାକୁ ପଠାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟରେ ବିଧାୟକ ଅତନୁସବ୍ୟସାଚୀ ନାୟକ ବରିଷ୍ଠ ଅଧିକାରୀମାନଙ୍କ ସହ ମିଶି ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରିଲିଫ ସାମଗ୍ରୀ ଓ ଜରୁରିକାଳନୀ ସେବା ଉପରେ ଗୁରୁତ୍ୱ ଦିଆଯାଇଛି।