ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରମୁଖ ସଚିବ

ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୯ା୨(ଡି.ଏନ୍‌.ଏ.) – ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୮ା୨(ଡି.ଏନ୍‌.ଏ.)-ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ବିଜୟ ଆରୋରା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉଦ୍ୟୋଗ ଓ ପ୍ରକଳ୍ପ ବୁଲି ଦେଖିବା ସହ ସେଗୁଡ଼ିକର ସମୀକ୍ଷା କରିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ପ୍ରମୁଖ ସଚିବ ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଲକ ଗସ୍ତରେ ଯାଇଥଲେ। ନାରାୟଣପୁର ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାର ହିତାଧିକାରୀଙ୍କୁ ଭେଟି ସମସ୍ୟା ବୁଝିଥିଲେ। ସେଠାରୁ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ। ସେଠାର ଛାତ୍ରୀନିବାସରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଡୁରା ପଞ୍ଚାୟତର ବାହାଦୁରପେଟା ଗ୍ରାମକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ, ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ବିଇଓ ଡ଼. ପ୍ରଭାତୀ ମହାପାତ୍ର, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଭୂତି ଭୂଷଣ ଶତପଥୀ, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ କମଳ ପଣ୍ଡା, ସୁଦର୍ଶନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପ୍ରମୁଖ ସଚିବ ହିଞ୍ଜିଳିକାଟୁ ବ୍ଲକ ଗସ୍ତ କରି କଞ୍ଚୁରୁ ପଞ୍ଚାୟତରେ ଶିଶୁ ଉଦ୍ୟାନ, ସାରୁ ପଞ୍ଚାୟତର ଲାଇବ୍ରେରୀ, ମ୍ୟୁନିସିପାଲିଟିରେ ହିଞ୍ଜିଳି ଦେଉଳବନ୍ଧରେ ବୋଟିଂ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ବସ ଟର୍ମିନାଲ, ଇନଡ଼ୋର ଷ୍ଟାଡ଼ୟମ ଆଦିର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରମୁଖ ସଚିବଙ୍କ ଗସ୍ତ ସମୟରେ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବ୍ଲକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ ସାରି ପ୍ରମୁଖ ସଚିବ ଆରୋରା ଓ ଜିଲାପାଳ କୁଲାଙ୍ଗେ ଶେରଗଡ଼ ବ୍ଲକ ଗସ୍ତ କରିଥିଲେ। ପ୍ରମୁଖ ସଚିବ ପିତ୍ତଳ ପଞ୍ଚାୟତରେ ଶ୍ମଶାନ ରାସ୍ତା ନିର୍ମାଣ ଅଗ୍ରଗତି, ବହୁମୁଖୀ ଗୋଷ୍ଠୀ ସମନ୍ନିତ କେନ୍ଦ୍ର, ବୁଣାକାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ପରେ ପଞ୍ଚାୟତର ନୂତନ ୩ ଅଙ୍ଗନଓ୍ବାଡି କେନ୍ଦ୍ର କୋଠା ବୁଲି ଦେଖିଥିଲେ। ପିତ୍ତଳରୁ ପ୍ରମୁଖ ସଚିବ ସେରାଙ୍କୁଡା ଗ୍ରାମକୁ ଯିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୌଣସି କାରଣବଶତଃ ଏହା ବାତିଲ ହୋଇଯାଇଥିଲା। ଫଳରେ ସେରାଙ୍କୁଡାର ୫୦ରୁ ଅଧିକ ଲେମ୍ବୁଚାଷୀ ସେମାନଙ୍କ ସମସ୍ୟା ଜଣାଇ ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri