Categories: ଜାତୀୟ

ଉନ୍ନାଓ ବଳାତ୍କାର ମାମଲା: ସେନଗର କହିଲେ ମୁଁ ନିର୍ଦ୍ଦୋଷ

ନୂଆଦିଲ୍ଲୀ,୫।୮: ଉତ୍ତର ପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଅଭିଯୁକ୍ତ ତଥା ଭଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ଏକ କୋର୍ଟରେ ହାଜର ହେବେ। ଅନୁମାନ କରାଯାଉଛି କି ପୋଲିସ ଉନ୍ନାଓ ମାମଲା ସହ ଜଡିତ ଅନ୍ୟ ୪ଟି ମାମଲାରେ ସେନଗରଙ୍କୁ ରିମାଣ୍ଡରେ ନେବାକୁ କହିପାରେ। ଅନ୍ୟପଟେ ସେନଗର କହିଛନ୍ତି ସେ ନିର୍ଦ୍ଦୋଷ ଓ ତାଙ୍କ ସହ ରାଜନୈତିକ ଖେଳ ଖେଳାଯାଉଛି। ସୂଚନାଯୋଗ୍ୟ, ସେନଗରଙ୍କୁ ସୀତାପୁରରୁ ଦିଲ୍ଲୀ ଆଣିବା ଲାଗି ଯେତେବେଳେ ଜେଲ୍‌ରୁ ବାହାରକୁ ଅଣାଯାଇଥିଲା ସେହି ସମୟରେ ସେ ଗଣମାଧ୍ୟମକୁ ଏହା କହିଛନ୍ତି।

Share