Categories: ଜାତୀୟ

ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲା: ଟ୍ରକ୍‌ ଡାଇଭର ଓ ହେଲ୍‌ପରଙ୍କୁ ୩ ଦିନ ରିମାଣ୍ଡରେ ନିଆଗଲା

ଲକ୍ଷ୍ନୌ,୩।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର୍‌ଙ୍କୁ ସ୍ପେଶାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନ(ସିବିଆଇ) ୩ ଦିନ ରିମାଣ୍ଡରେ ନେଇଛନ୍ତି। ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାରେ ତାଙ୍କର ୨ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହେବା ସହ ଏବେ ନିଜେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ଏବେ ସୁଦ୍ଧା ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି।

Share