Categories: ଜାତୀୟ

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ରାଜନୈତିକ ଦଳ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିବା ବେଳେ ତୁରନ୍ତ ନ୍ୟାୟ ଦାବି କରିଛନ୍ତି। ଶନିବାର ସକାଳେ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିବା ବେଳେ ପରେ ପରେ ବିରୋଧୀ କଂଗ୍ରେସ ଭାଜପା କାର୍ଯ୍ୟାଳୟ ଘେରାଉ କରିଥିବା ଦେଖାଯାଇଛି। ଏମାନେ ଭାଜପା କାର୍ଯ୍ୟଳୟ ଘେରାଉ କରି ସେଠାରେ ଭଙ୍ଗାରୁଜା କରିବା ସହ ବିଧାସସଭା ସମ୍ମୁଖରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ଉତ୍ୟକ୍ତ କଂଗ୍ରେସ କର୍ମୀମାନେ ରାଜଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ତାଙ୍କ ଉପରକୁ ଲାଠି ଚାର୍ଜ କରିଥିବା ଜଣାପଡିଛି।

Share