Categories: ଜାତୀୟ

ଉନ୍ନାଓ ପୀଡିତାଙ୍କ ପରିବାରଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ

ଉନ୍ନାଓ,୬।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ଗଣବଳାତ୍କାର ପୀଡ଼ିତାଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଏବେ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏଥିସହ ତାଙ୍କ ସର୍ମ୍ପକୀୟଙ୍କ ଦୋକାନକୁ ମଧ୍ୟ ପୋଡିଦିଆଯିବ ବୋଲି ଧମକ ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଓ ଦୋକାନରେ ନିଆଁ ଲଗାଇଦେବାକୁ କେହି ଅଜଣା ବ୍ୟକ୍ତି ଧମକ ଦେଇଛନ୍ତି। ଏନେଇ ପୀଡିତାଙ୍କ ପରିବାରଲୋକେ ଭୟଭୀତ ହୋଇ ପୋଲିସରେ ଅଭିଯୋଗ କରିଛନ୍ତି।

Share