ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଏହି ଅଭିଯାନରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଉଦ୍ୟାନ ପରିସର ସଫା କରିଥିଲେ। ସେ ଏହି ଅବସରରେ ସ୍ବଚ୍ଛତା କେବଳ ଏକ ଅଭିଯାନ ନୁହେଁ, ବରଂ ଏକ ସାମାଜିକ ଦାୟିତ୍ୱ ବୋଲି କହିଥିଲେ। ସୁସ୍ଥ, ସୁନ୍ଦର ଓ ସ୍ବଚ୍ଛ ଗଞ୍ଜାମ ଗଠନ ପାଇଁ ଏପରି ପଦକ୍ଷେପ ଜନସଚେତନତା ବୃଦ୍ଧି କରିବା ସହ ଲୋକଙ୍କୁ ସ୍ବଚ୍ଛତା ପ୍ରତି ଅଧିକ ଦାୟିତ୍ୱବାନ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ସ୍ବଚ୍ଛତା ବିନା ଗଞ୍ଜାମର ଗୌରବ ଅଧୂରା। ସ୍ବଚ୍ଛ ଗଞ୍ଜାମ, ସୁନ୍ଦର ଗଞ୍ଜାମ ଗଢ଼ିବା ପାଇଁ ପ୍ଲାଷ୍ଟିକ-ମୁକ୍ତ ଏବଂ ପରିବେଶ ଅନୁକୂଳ ଜିଲା ନିର୍ମାଣ ଆବଶ୍ୟକ। ପ୍ରତି ମଙ୍ଗଳବାର ନିଜ ଗାଁ ଓ ସହରକୁ ସ୍ବେଚ୍ଛାକୃତ ଭାବେ ସଫା କରିବା ପାଇଁ ଜିଲାପାଳ ଶ୍ରୀ ଭାସନ ଜିଲାବାସୀ, ବିଶେଷକରି ଯୁବପିଢ଼ୀଙ୍କୁ ଆହ୍ବାନ କରିବା ସହ ନିଜ ଅଞ୍ଚଳକୁ ସଦାସର୍ବଦା ସଫାସୁତୁରା ରଖିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଶପଥପାଠ କରାଇଥିଲେ। ଏହି ସ୍ବଚ୍ଛତା ଅଭିଯାନରେ ଛତ୍ରପୁର ପୌରପାଳିକାର ଉପାଧ୍ୟକ୍ଷ ଡି ପାପା ରାଓ, ୧୧ ନମ୍ବର ୱାର୍ଡର କାଉନସିଲର ସନ୍ତୋଷୀ ସେଠୀ, ଛତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଜିଲା ପ୍ରଶାସନର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଯୋଗଦେଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

ପୁରୀ ଅଠରନଳା ଉପରେ ଚୁଲି ଜାଳି କଲେ ମାଂସ ଭୋଜି, ଭିଡିଓ ଭାଇରାଲ…

ପୁରୀ,୨୩।୬: ପୁରୀର ଐତିହାସିକ ସ୍ଥଳ ଅଠରନଳାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। କିଛି ବାହାର ରାଜ୍ୟର ମିସ୍ତ୍ରୀ ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧି…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କେମିତି ଯିବେ ଜାଣନ୍ତୁ…

ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ…

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri