ଉଦ୍ଧବଙ୍କ ଚୌକିରେ କରୋନା ଗ୍ରହଣ

ମୁମ୍ବାଇ,୯ା୪: ମହାରାଷ୍ଟ୍ରରେ ଗୋଟିଏ ପଟେ ଲକ୍‌ଡାଉନ୍‌ ଅବଧି ବଢ଼ାଇବାର ସଙ୍କେତ ମିଳୁଥିବାବେଳେ ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚୌକି ଉପରେ ସଙ୍କଟର କଳାବାଦଲ ଘନେଇବାରେ ଲାଗିଛି। ଉଦ୍ଧବ ମହାରାଷ୍ଟ୍ରର କୌଣସି ସଦନର ସଦସ୍ୟ ହୋଇ ନ ଥିବାବେଳେ ତାଙ୍କ କାର୍ଯ୍ୟକାଳକୁ ମେ ୨୮ରେ ୬ ମାସ ପୂରା ହେଉଛି। ଏଭଳି ସ୍ଥିତିରେ ଏବେ ନିର୍ବାଚନ ହେବାର କୌଣସି ସମ୍ଭାବନା ନ ଥିବାରୁ ଉଦ୍ଧବଙ୍କ ସାମ୍ନାରେ ଚୌକି ବଞ୍ଚାଇବା ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
କରୋନାରେ ଦେଶର ସର୍ବାଧିକ ସଂକ୍ରମଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ରାଜ୍ୟର ୯୩୦ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ବିଧାନ ପରିଷଦ ବା ଏମ୍‌ଏଲ୍‌ସି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ମଧ୍ୟରୁ କୌଣସି ସଦନର ସଦସ୍ୟ ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ଏବେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ଉଦ୍ଧବଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୬୪ (୪) ଅନୁସାରେ ୬ ମାସ ମଧ୍ୟରେ ଅର୍ଥାତ୍‌ ମେ ୨୮ ସୁଦ୍ଧା ଯେକୌଣସି ଗୃହର ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡ଼ିବ। ବିଧାନସଭାକୁ ନିର୍ବାଚିତ ହେବା ପାଇଁ ତାଙ୍କ ଦଳର କେହି ଜଣେ ବିଧାୟକ ଇସ୍ତଫା ଦେଲେ ସମ୍ପୃକ୍ତ ଆସନରେ ନିର୍ବାଚନ କମିଶନ ମେ ୨୯ର ୪୫ ଦିନ ପୂର୍ବରୁ ଉପନିର୍ବାଚନ କରାଇବେ। ତେବେ ବିଧାନସଭାରେ ତାଙ୍କ ଦଳର ସ୍ଥିତିକୁ ଦେଖି ଉଦ୍ଧବ କୌଣସି ବିଧାୟକଙ୍କୁ ଇସ୍ତଫା ଦେବାକୁ କହି ନ ପାରନ୍ତି। ଏପରି ସ୍ଥଳେ ସେ ବିଧାନ ପରିଷଦକୁ ଯିବାକୁ ଚାହିଁବେ। ଏଥିଲାଗି ନିର୍ବାଚନ କମିଶନଙ୍କୁ ମାତ୍ର ୧୫ ଦିନ ପୂର୍ବରୁ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ। ବିଧାନ ପରିଷଦର ୯ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨୪ରେ ଶେଷ ହେଉଛି। ଏହି ୯ ଏମ୍‌ଏଲ୍‌ସି ଆସନରେ ନିର୍ବାଚନ ହେବାର ଥିଲା, ଯାହାକୁ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଫଳରେ ଉଦ୍ଧବଙ୍କ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଉପରେ ନିର୍ଭରକରେ। ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ଦୁଇଟି ଏମ୍‌ଏଲ୍‌ସି ଆସନ ଖାଲିପଡ଼ିଛି। ସେଥିରୁ ଗୋଟିଏ ଆସନ ପାଇଁ ଉଦ୍ଧବଙ୍କ ନାମକୁ ରାଜ୍ୟ ସରକାର ସୁପାରିସ କରିପାରନ୍ତି। ରାଜ୍ୟପାଳ ସେଥିରେ ସହମତ ହେଲେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ବଞ୍ଚତ୍ୟିବ। ଅନ୍ୟ ବିକଳ୍ପଟି ହେଉଛି ସେ ୬ ମାସ ଅବଧି ପୂରିବା ପୂର୍ବରୁ ଇସ୍ତଫା ଦେବେ। ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଫଳରେ ବିଧାନ ପରିଷଦ ସଦସ୍ୟତା ପାଇଁ ତାଙ୍କୁ ପୁଣି ୬ ମାସ ସମୟ ମିଳିଯିବ। ତେବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଶିବସେନା ଅଧ୍ୟକ୍ଷ କେଉଁ ବିକଳ୍ପକୁ ଆପଣାଉଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri