ଉଦାହରଣ ପାଲଟିଲେ ସରପଞ୍ଚ

ଖଇରା, ୧୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସ ନିଜ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ା ନିଜ ପଞ୍ଚାୟତକୁ ସୁରଟ, କୋଲକାତା, ଦିଲ୍ଲୀ, ମୁମ୍ବାଇ ଫେରନ୍ତାଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସଂକ୍ରମଣ ଆଶଙ୍କାରେ ପଞ୍ଚାୟତକୁ ୪୮ଘଣ୍ଟିଆ ଶଟଡାଉନ ଘୋଷଣା କରିଛନ୍ତି ା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ପୋଲିସ ପ୍ରଶାସନ ସହ ଆଲୋଚନା ପରେ ୧୬ତାରିଖ ସକାଳ ୬ଟାରୁ ୧୮ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ପଞ୍ଚାୟତର ସ୍ବାସ୍ଥ୍ୟକେନ୍ଦ୍ର ଓ ଔଷଧ ଦୋକାନକୁ ଛାଡି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ା କେବଳ ସେତିକି ନୁହେଁ ଶୁକ୍ରବାରଠାରୁ ଗାଁ ଗାଁ ବୁଲି ସେ ନିଜେ ବିଶୋଧନ କାର୍ଯ୍ୟ କରିବା ଭଳି ନିଆରା ଘଟଣା ଦେଖିବାକୁ ମିଳିଥିଲା ା ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ଆଗକୁ ଆସିବାକୁ ପଡିଥିବା ସରପଞ୍ଚ ଦାସ କହିଛନ୍ତି ା