ଉଦାସ ଆଶ୍ରମ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୨୦।୪: ଲକ୍‌ଡାଉନ ସମୟରେ ବାଲେଶ୍ୱରସ୍ଥିତ ହଳଦୀପଦା ଏବଂ ରୂପସାର ବିଭିନ୍ନ ସ୍ଥାନରେ ଯାଜପୁର ଜିଲା ସୋଲର ଛତିଆସ୍ଥିତ ଉଦାମ ଆଶ୍ରମ ପକ୍ଷରୁ ରବିବାର ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଉଦାସ ଆଶ୍ରମ ଅଧ୍ୟକ୍ଷ ବ୍ରହ୍ମଚାରୀ ରବୀନ୍ଦ୍ର ନାଥ ଦାସଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱରଠାରେ ଥିବା ଉଦାସପନ୍ଥି ଭକ୍ତମାନେ ହଳଦୀପଦା ପଞ୍ଚାୟତ ଅଧୀନ ଆମ୍ବଗଡ଼ିଆ, ରୁପସା ସାମିଲ ହସନପୁର ପଞ୍ଚାୟତ ଗାଙ୍ଗୋଯୋଡ଼ି ଠାରେ ଥିବା କୁଷ୍ଠରୋଗୀ, ଆଙ୍କୋ ପଞ୍ଚାୟତଠାରେ ଥିବା କୁଷ୍ଠ ରୋଗୀ, ବିଭିନ୍ନ ଆଦିବାସୀ ସାହି, ରୁପସା କଶିପଦା ପଞ୍ଚାୟତର ପଲାସାହିଠାରେ ବିଭିନ୍ନ ଲୋକଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ପ୍ରାୟ ୩ଶହରୁ ଅଧିକ ଲୋକଙ୍କୁ ଏହି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ରୂପସା ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରୂପସା ଥାନା ଏଏସ୍‌ଆଇ ନରେନ୍ଦ୍ର ମହାଳିକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉଦାସ ପନ୍ଥୀ ଭକ୍ତମାନେ କସିପଦା ପଞ୍ଚାୟତର ରବୀନ୍ଦ୍ର ବେହେରା, ଝଣ୍ଟୁ ଚରଣ ବେହେରା, ପ୍ରଦୀପ କୁମାର ବେହେରା, ସୁବ୍ରତ ବେହେରା, ରାମଚନ୍ଦ୍ର ବେହେରା, ରଘୁନାଥ ଗିରି, ହଳଦୀପଦା ଅଞ୍ଚଳର ପ୍ରସନ୍ନ ସାହୁ, ପ୍ରଦୀପ ସାହୁ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରୁପସା ସାମିଲ ହାସନପୁର ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ସେଠୀ ପରିଚାଳନା କରିଥିଲେ।