Categories: ଜାତୀୟ

ଉତ୍ସାହ ଆଗରେ ବୟସ ହାର ମାନିଲା: ପୋଲିଂ ବୁଥ୍‌ରେ ପହଞ୍ଚିଲେ ବରିଷ୍ଠ ନାଗରିକ

ପାଟନା, ୧୮।୪: ମନର ଉତ୍ସାହ ଆଗରେ ବୟସ ହାର ମାନିଛି। ଏହର ଉଦାହରଣ ଦେଖିବାକୁ ମିଳିଛି ବିହାର ଭାଗଲପୁରର ଏକ ମତଦାନ କେନ୍ଦ୍ରରେ। ଏଠାରେ ଜଣେ ରୋଗ ଶଯ୍ୟାରେ ପଡ଼ିଥିବା ଉର୍ମିଳା ନାମକ ଜଣେ ବୃଦ୍ଧା ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ବୁଥ୍‌ ନମ୍ବର ୩୯କୁ ଆସିଛନ୍ତି। ତାଙ୍କୁ ଜଣେ ସେନା ଯବାନ କୋଳରେ ବୋହି ଆଣିଥିଲେ। ସେହିପରି ହାତରେ ଆଶା ବାଡ଼ି ଧରି ୯୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧା ଉଷା ମଧ୍ୟ ଏହି ବୁଥ୍‌ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

Share