ଉତ୍ସବ ମୁଖର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଉପରେ ନଜର ପକାଇଲେ ମଧ୍ୟାହ୍ନ ସୁଦ୍ଧା ଭାଜପା ୯୯ ଆସନରେ ଆଗୁଆ ଥିବା ଦେଖାଯାଇଥିଲା। ଏହାକୁ ଦେଖିବା ପରେ ମହାରାଷ୍ଟ୍ରରେ ଥିବା ଭାଜପା କାର୍ଯ୍ୟାଳୟ ହୋଇ ଉଠିଥିଲା ଉତ୍ସବ ମୁଖର। ଏଠାରେ ଉପସ୍ଥିତ ଥିବା ଭାଜପା କର୍ମୀ ଓ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କର ବହୁ ପ୍ରଶଂସା କରିଥିଲେ। ଏମାନେ ମହାରାଷ୍ଟ୍ରବାସୀଙ୍କୁ ଭଲଭାବେ ବୁଝିଛନ୍ତି ତେଣୁ ସେମାନଙ୍କୁ ବିଭିନ୍ନ ସମୟରେ ମହାରାଷ୍ଟ୍ରବାସୀ ସହଯୋଗର ହାତ ବଢାଇଛନ୍ତି ବୋଲି କୁହାଯାଉଥିଲା।

Share