Posted inରାଜ୍ୟ

ଉତ୍ସବମୁଖର ହେବ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ:ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ୱର,୯ା୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନ (ଛାତ୍ର ଓ ଯୁବ) କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଥିଲା। ଅନୁରୂପଭାବେ କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ ଯୁବ ଜନତା କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ ଓ ଦଳୀୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଯୋଗ ଦେଇ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ।

ଯୁବ ଜନତା କାର୍ଯ୍ୟାଳୟରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, କାର୍ଯ୍ୟକାରୀ ଯୁବ ବିଜେଡି ସଭାପତି ସଞ୍ଜିତ ମହାନ୍ତି, ପୂର୍ବତନ କର୍ପୋରେଟର ଅମରେଶ ଜେନା ପ୍ରମୁଖ ବିଭିନ୍ନ ଗଠନଧର୍ମୀ ପ୍ରସ୍ତାବ ଦେଇଥିଲେ। ଏତଦ୍‌ବ୍ୟତୀତ ବୈଠକକୁ ଆମନ୍ତ୍ରିତ ହୋଇଥିବା ଯୁବ ବିଜେଡି ରାଜ୍ୟ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ସାଙ୍ଗଠନିକ ଜିଲା ସଭାପତିମାନେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। କିଛିଦିନ ପୂର୍ବରୁ ଦଳର ବରିଷ୍ଠ ନେତାମାନଙ୍କର ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୫ରୁ ସପ୍ତାହେ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମଧ୍ୟରେ କଟକ ଏବଂ ସମ୍ବଲପୁରରେ ବିରାଟ ଜନସଭା ଆୟୋଜନ କରାଯିବା ନେଇ ଚିନ୍ତା କରାଯାଇଛି। ଖୁବ୍‌ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି କେତେକ ଯୁବ କର୍ମୀ ଏହି ଦିନ ସାମାଜିକ କାର୍ଯ୍ୟକ୍ରମ ଯଥା-ରକ୍ତଦାନ ଶିବିର, ବିଜେଡି ଏବଂ ରାଜ୍ୟ ସରକାରଙ୍କ ସଫଳତା ନେଇ ସେମିନାର, ସାଇକେଲ ଶୋଭାଯାତ୍ରା, ପଦଯାତ୍ରା, ଫଟୋ ପ୍ରଦର୍ଶନୀ, ସରକାରୀ ଯୋଜନା ସମ୍ପର୍କିତ ଆଶଙ୍କା ଦୂରୀକରଣ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତାବ ରଖିଥିଲେ। ଏହି ସବୁ ପ୍ରସ୍ତାବ ଖୁବ୍‌ଶୀଘ୍ର ଆଲୋଚନା କରାଯାଇ ଦଳର ଶୀର୍ଷ ନେତୃତ୍ୱଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ଜଣାପଡିଛି। ସେହିଭଳି ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଯାଇଛି। ସମସ୍ତ ପ୍ରସ୍ତାବକୁ ତର୍ଜମା କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବଛା ଯାଇଥିବା ପ୍ରସ୍ତାବ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବ ବୋଲି ଜଣାପଡିଛି। ଛାତ୍ର ବିଜେଡି ପକ୍ଷରୁ ହୋଇଥିବା ବୈଠକରେ ଦଳର ୨ ବରିଷ୍ଠ ସମ୍ପାଦକଙ୍କ ସମେତ ସଙ୍ଗଠନ ସଭାପତି ରାଣାପ୍ରତାପ ପାତ୍ର ଏବଂ ଉପଦେଷ୍ଟା ତଥା ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ , ବିଧାୟକ ସୌଭିକ ବିଶ୍ୱାଳ, ଦେବୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମୂଲ୍ୟବାନ ପ୍ରସ୍ତାବ ଦେଇଥିଲେ। ଜିଲାସ୍ତରରୁ ଏବଂ ଛାତ୍ର ବିଜେଡିର ରାଜ୍ୟ କର୍ମକର୍ତ୍ତା ମଧ୍ୟ ଅନେକ ପ୍ରସ୍ତାବ ଦେଇଥିଲେ। ଆଗାମୀ ଦିନରେ ବିଜେଡି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ତୃଣମୂଳସ୍ତରରେ ବିଭିନ୍ନ ପ୍ରତିଭା,ବର୍ଷୀୟାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ପାଇଁ ଯୋଜନା କରାଯାଉଛି। ସେହିପରି ବିଜୁବାବୁଙ୍କ ପ୍ରସିଦ୍ଧ ‘ଡାକୋଟା’ ବିମାନ ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ୨ ପୃଥକ୍‌ ବୈଠକରେ ରଞ୍ଜିତ ମହାପାତ୍ର, ହରିଶଙ୍କର ରାଉତ, ଦେବାଶିଷ ସିଟ୍‌, ତନ୍ମୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri