Categories: ଜାତୀୟ

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତୁଷାରପାତ: ଦିଲ୍ଲୀ ଏନ୍‌ସିଆର୍‌ରେ ବଦଳିଲା ପାଣିପାଗ

ନୂଆଦିଲ୍ଲୀ,୧୩।୧୨: ଜମ୍ମୁ-କଶ୍ମୀର, ଲଦ୍ଦାଖ ଓ ଉତ୍ତରାଖଣ୍ଡରେ ତୁଷାର ପାତ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁବାରଠାରୁ ଉତ୍ତର ଭାରତର କିଛି ରାଜ୍ୟରେ ହୋଇଥିବା ବର୍ଷା ମଧ୍ୟ ପାଣିପାଗର ମିଜାଜରେ ପରିବର୍ତ୍ତନ ଆଣିଥିବା ଲକ୍ଷ୍ୟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଦିଲ୍ଲୀରେ ପ୍ରାୟ ୨ ଘଣ୍ଟା ବର୍ଷା ହେବା ଫଳରେ ଏଠାକାର ପ୍ରଦୂଷଣର ମାତ୍ରା କମ୍‌ ହେବା ସହ ଶୀତର ପ୍ରକୋପ ବଢିଯାଇଛି। ଆହୁରି ମଧ୍ୟ ପାଣିପାଗର ପୂର୍ବାନୁମାନ କହୁଛି ଦିଲ୍ଲୀରେ ଆସନ୍ତ ୧୪-୧୫ ତାରିଖରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଇପାରେ। ଦିଲ୍ଲୀରେ ତାପମାତ୍ରା ଏବେ ୧୨ ଡିଗ୍ରୀ ଥିବା ବେଳେ ଉତ୍ତର ପ୍ରଦେଶରେ କୁହୁଡି ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

Share