Categories: ଜାତୀୟ

ଉତ୍ତର ପ୍ରଦେଶ ଚାଷୀଙ୍କ ବିରୋଧ ପ୍ରଦର୍ଶନ ପାଇଁ ସିଲ୍‌ ହେଲା ଦିଲ୍ଲୀ ବର୍ଡର

ନଏଡା,୨୧।୯: ଭାରତୀୟ କୃଷକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ହୋଇଥିବା ବିରୋଧ ପ୍ରଦର୍ଶନୀ ଯୋଗୁଁ ଦିଲ୍ଲୀର ସୀମା ସିଲ୍‌ କରି ଦିଆଯାଇଛି। ପାଦରେ ଚାଲି ଚାଲି ଏମାନେ ନଏଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏମାନେ ନଏଡା ଗାଜିଆବାଦ ରାସ୍ତା ଦେଇ ଦିଲ୍ଲୀର କିଷାନ ଘାଟ ପର୍ଯ୍ୟନ୍ତ ରାଲି କରିବେ। ଚାଷୀଙ୍କର ଏହି ବଡ ପ୍ରଦର୍ଶନକୁ ଦେଖି ଦିଲ୍ଲୀ ପୋଲିସ ସମସ୍ତ ବ୍ୟବସ୍ଥା କରିଛି। ଦିଲ୍ଲୀ-ମେରଠ ଏକ୍ସପ୍ରେସଓ୍ବେରେ ଏମାନଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି।

Share