Categories: ଜାତୀୟ

ଉତ୍ତର ପ୍ରଦେଶରେ ଚାଲିଛି ‘ଗୁଣ୍ଡାରାଜ’: ରାହୁଲ

ନୂଆଦିଲ୍ଲୀ,୩।୭: ଉତ୍ତର ପ୍ରଦେଶରେ ଶୁକ୍ରବାର ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ ଆରମ୍ଭ ହୋଇଗଲାଣି ରାଜନୀତି। ଉତ୍ତର ପ୍ରଦେଶ କାନପୁରର ଏନ୍‌କାଉଣ୍ଟର ଘଟଣାରେ ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେଉଁ ରାଜ୍ୟରେ ପୋଲିସକୁ ସୁରକ୍ଷା ମିଳୁନାହିଁ ସେଠି ସାଧାରଣ ଜନତାଙ୍କ କଥା ପଚାରେ କିଏ। ତେଣୁ ଭାଜପା ଶାସିତ ଏହି ରାଜ୍ୟରେ ‘ଗୁଣ୍ଡାରାଜ’ ଚାଲିଛି ବୋଲି ରାହୁଲ କହିଛନ୍ତି। ଏହାସହ ରାହୁଲ ଟୁଇଟ୍‌ କରି ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓ ଏହାସହ ଆହତଙ୍କ ଆଶୁ ଅରୋଗ୍ୟ କାମନା କରିଥିଲେ।

Share