ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୨୫।୯(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସରେ ବୁଧବାର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଶୋଚନୀୟ ରାସ୍ତା, ଅଧ୍ୟାପକ ଅଭାବ, ହଷ୍ଟେଲ, ଲାବରୋଟୋରୀ, ଓ୍ବାଇଫାଇ ସୁବିଧା ନ ଥିବା ଆଦି ସମସ୍ୟା ସମାଧାନ ନେଇ ଏହି ଆନ୍ଦୋଳନ ହୋଇଛି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟା ସମାଧାନରେ ପ୍ରଶାସନ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଫଳ ହୋବାରୁ ଛାତ୍ରୀଛାତ୍ର ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ପାଠପଢାରେ ବ୍ୟାହତ ସୃଷ୍ଟି ହୋଇଛି। ସେହିପରି ନାମ ଲେଖିବା ବେଳେ ଦିଆଯାଉଥିବା ପ୍ରତିଶ୍ରୁତି ପାଳନ ହେଉ ନ ଥିବାରୁ ପୁଞ୍ଜିଭୂତ ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେଇଥିବା ଛାତ୍ରୀଛାତ୍ର କହିଛନ୍ତି। ଏ ନେଇ ପୂର୍ବରୁ ବହୁବାର ଆନ୍ଦୋଳନ ହୋଇଥିଲା।