ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

ଡେରାଡୁନ,୨୨।୩: ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଲାଗୁ ହେବ ବୋଲି ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ। ଏହି ସମୟରେ ଖାଦ୍ୟ ପଦାର୍ଥ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ହେଲେ ରାଜ୍ୟରେ ବସ୍‌ ସେବା ବନ୍ଦ ରହିବ। ଦେଶରେ କେବଳ ଗୋଟିଏ ଦିନ ଜନତା କର୍ଫ୍ୟୁ ପାଳନ କରାଯାଉଥିବା ବେଳେ ଉତ୍ତରାଖଣ୍ଡରେ ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାଳନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ବି ଏହା ୩୪୧ ଜଣଙ୍କୁ ସଂକ୍ରମିତ କରି ସାରିଲାଣି। ତେଣୁ ଏବେଠାରୁ ସଚେତନ ନ ହେଲେ ଏହା ଆହୁରି କାହା ବିସ୍ତାର କରିବ ବୋଲି ରାଓ୍ବତ କହିଛନ୍ତି। ଏହାସହ କରୋନାକୁ ମୁକାବିଲା କରିବାକୁ ଭାରତ ଯେଉଁ ପଦକ୍ଷେପ ନେଉଛି ସେଥିରେ ଆମେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବୁ ବୋଲି ସେ କହିଛନ୍ତି।

Share