Categories: ଜାତୀୟ

ଉତ୍ତରପ୍ରଦେଶ ଲହୁଲୁହାଣ: ୨୪ ଘଣ୍ଟାରେ ୧୨ ହତ୍ୟା

ଲକ୍ଷ୍ନୌ,୧୯।୮: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଲହୁଲୁହାଣ ହୋଇପଡ଼ିଛି। ଏହି ସମୟ ଭିତରେ ୧୨ ଜଣଙ୍କୁ ହତ୍ୟା କରାଯାଇଛି। କେବଳ ପ୍ରୟାଗରାଜରେ ଗତ ୧୨ ଘଣ୍ଟାରେ ୬ ଜଣଙ୍କୁ ହତ୍ୟା କରାଯାଇଛି। ବାନ୍ଦାରେ ଜମି ବିବାଦକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ସେହିପରି ବୁଲନ୍ଦ ସହରରେ ଜଣଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ସୁଲତାନ୍‌ପୁର ଲମ୍ଭୁୁଆରେ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ସହାରନପୁରରେ ଜଣେ ଗଣମାଧ୍ୟମ ପ୍ରତିନିଧି ଏବଂ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Share