Categories: ଜାତୀୟ

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ ନୂଆ ସରକାର ଆସିଲେଣି କିନ୍ତୁ ବଲିଆ ବାସିନ୍ଦାଙ୍କ ଦୁଃଖ କମିନି। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମିରେ ଫସଲ ଅମଳ ସମୟରେ ବ୍ୟବହୃତ ହେଉଛି ବାହୁବଳ। ଫସଲ ନେବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ଜାରି ରହିଥିବା ବିବାଦରୁ କେତେକ ସମୟରେ ବନ୍ଧୁକ ଗର୍ଜୁଛି। ଜୋର୍‌ ଯାର୍‌ ମୂଲକ ତାର୍‌ ନ୍ୟାୟରେ ବଳଶାଳୀ ଗୋଷ୍ଠୀ ଉତ୍ପାଦିତ ଫସଲ ଉପରେ କବ୍‌ଜା କରୁଛନ୍ତି। ଏଥି ପାଇଁ ଅନେକ ଲୋକଙ୍କର ଜୀବନ ଯାଉଛି। ଏହା ଏଠାରେ ଏକ ନିତି ଦିନିଆ ସମସ୍ୟା ପାଲଟିଛି। ଭୋଟ ବେଳେ ବିଭିନ୍ନ ରାଜନେତା ଏହି ଅଞ୍ଚଳକୁ ଆସି ନାନା ପ୍ରତିଶ୍ରୁତି ଦେଇଗଲେ ମଧ୍ୟ ପରେ ଏହା କେବଳ ପାଣିର ଗାର୍‌ ହୋଇ ରହିଯାଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଗଙ୍ଗାକୂଳରେ ଥିବା ହାଂସନଗର ଅଞ୍ଚଳର ୪ ହଜାର ୨ଶହ ଏକର ଜମି ଦୁଇ ରାଜ୍ୟର ସୀମା ବିବାଦରେ ଫଶି ରହିଛି।

Share