ଉତ୍ତରପ୍ରଦେଶରେ ୧୫ଟି ଜିଲାର ହଟ୍‌ସ୍ପଟ୍‌ ହେବ ସିଲ୍‌

ଲକ୍ଷ୍ନୌ,୮।୪: ମହାମାରୀ କରୋନା ସାରା ଦେଶରେ ସଙ୍କଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୫୧୯୪ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୪୯ଜଣଙ୍କର ମୃତ୍ୟୁ ହୋଇସାରିଛି। ଏଥିସହ ୪୦୨ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ କରୋନାର ଭୟାବହତାକୁ ଦେଖି ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ହୋଇଛନ୍ତି। ବୁଧବାର ଉତ୍ତରପ୍ରଦେଶର ୧୫ଟି ଜିଲାର ହଟ୍‌ସ୍ପଟ୍‌କୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯିବାକୁ ଘୋଷଣା କରାଯାଇଛି। ସୂଚନା ମୁତାବକ ଆଗ୍ରାରେ ୧୨ଟି ଥାନା ଅଞ୍ଚଳରେ ୨୨ ହଟ୍‌ସ୍ପଟ୍‌ ରହିଛି। ସେହିପରି ନଏଡାରେ ୧୨, କାନପୁରରେ ୧୨, ବାରାଣସୀରେ ୪, ଶାମଲିରେ ୩, ମିରଟରେ ୭, ବୁଲନ୍ଦଶରରେ ୩ ଓ ଲକ୍ଷ୍ନୌରେ ୮ ହଟ୍‌ସ୍ପଟ୍‌ ରହିଛି। ଏହି ଅଞ୍ଚଳ ଗୁଡିକରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ରୁ ଊର୍ଦ୍ଧ୍ୱ ରହିଥିବାରୁ ଏହାକୁ ହଟ୍‌ସ୍ପଟ୍‌ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ତେବେ ଏହି ହଟ୍‌ସ୍ପଟ୍‌ ଅଞ୍ଚଳଗୁଡିକୁ ସିଲ୍‌ କରିଦିଆଯିବା ପରେ ଏଠାରେ କୌଣସି ବ୍ୟକ୍ତିଙ୍କୁ ଯିବାଆସିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହି ସମୟରେ ସ୍ବାସ୍ଥ୍ୟବିଭାଗର କର୍ମଚାରୀ ଓ ଡେଲିଭରି କର୍ମଚାରୀ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବେ ବୋଲି ସୂଚନା ମିଳିଛି।

Share