ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ

ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଡିସନ୍‌ ମ୍ୟୁନସିପାଲ ଏୟାରପୋର୍ଟରେ ବିଚକ୍ରାପ୍ଟ କିଙ୍ଗ ଏୟାର ୩୫୦ ଉଡାଣ ଭରିବା ସମୟରେ ହଠାତ୍‌ ହ୍ୟାଙ୍ଗରରେ ପିଟି ହୋଇ ଯାଇଥିଲା ଓ ସେଥିରେ ନିଆଁ ଲାଗିଯାଇଥିଲା।

Share