ଉଠିଲା ପ୍ରଥମ ଭୂଇଁ

ପୁରୀ ଅଫିସ, ୬ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ସ୍ନାନଯାତ୍ରା ଦୁଇଦିନ ପୂର୍ବରୁ ଚାରିନାହାକା ଉଠିଥିବାବେଳେ ଶୁକ୍ରବାର ତିନିରଥରେ ପ୍ରଥମ ଭୂଇଁ ଉଠିଛି। ଦ୍ୱିତୀୟ ଭୂଇଁ କାମ ମଧ୍ୟ ଶେଷ ହୋଇଛି। ଦୋଳବେଦି ପରିସର ଅସ୍ଥାୟୀ ଶାଳରେ ଓଝା ସେବକମାନେ ତାଗ କଣ୍ଟା ଓ ଢମକ କଣ୍ଟା ତିଆରି କରୁଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।