ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେହିପରି ଜିଲାର ୧୪୦ ମଣ୍ଡିରେ ୭ ଲକ୍ଷରୁ ଊଦ୍ଧର୍‌ବ କୁଇଣ୍ଟାଲ ଧାନ ପଡ଼ିରହିଥିବା ବେଳେ ୬୪ ଲକ୍ଷ ୫୮ ହଜାର କୁଇଣ୍ଟାଲ ଟାର୍ଗେଟ ପରେ ବି ଅଚଳାବସ୍ଥା ଦୂର ହେଉନି। ୬୪ଲକ୍ଷ କୁଇଣ୍ଟାଲରୁ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୯ ହଜାର ୨୪୬ ଚାଷୀଙ୍କ ୫୬ ଲକ୍ଷ ୮୧ ହଜାର ୬୧୩ କୁଇଣ୍ଟାଲ ଧାନ ମଣ୍ଡିରୁ ଉଠାଯାଇଛି। ସେହିପରି ପ୍ରାୟ ୭ ଲକ୍ଷରୁ
ଅଧିକ କୁଇଣ୍ଟାଲ ଧାନ ରଖି ଚାଷୀ ଅପେକ୍ଷା କରିଛନ୍ତି। ଜିଲାରେ ସମୁଦାୟ ୨୩୦ ମଣ୍ଡିରୁ ୯୦ ମଣ୍ଡିରେ ଧାନ କିଣା ଶେଷ ହୋଇଥିବାବେଳେ ଅବଶିଷ୍ଟ ୧୪୦ ମଣ୍ଡିରେ ଧାନ କିଣା ଚାଲିଛି। ଜୁନାଗଡ଼ ବ୍ଲକର ବଣ୍ଡୋଗୁଡା ମଣ୍ଡିରେ ୬ ହଜାର ଓ କର୍ଲାମୁଣ୍ଡା ବ୍ଲକର ଜୋରାଡୋବ୍ରା ମଣ୍ଡିରେ ପ୍ରାୟ ୪ ହଜାର କୁଇଣ୍ଟାଲ ଧାନ ପଡିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଜିଲାରେ ଏପର୍ଯ୍ୟନ୍ତ ୬୪ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି। ସେଥିରୁ ୨୩୦ ମଣ୍ଡିରେ ୫୬ ଲକ୍ଷ ୮୧ ହଜାର ୬୧୩ କୁଇଣ୍ଟାଲ ଧାନ ଉଠି ସାରିଛି। ସରକାରୀ ଟାର୍ଗେଟ ଅନୁସାରେ ଆହୁରି ୭ ଲକ୍ଷ ୭୬ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ରହିଥିବାବେଳେ ଯୋଗାଣ ବିଭାଗ ପ୍ରାୟ ୭ ଲକ୍ଷ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଥିବା ପ୍ରକାଶ କରିଛି। ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲରେ ପାଣି ଛାଡିବା ପରେ ଚାଷୀମାନେ ପହ୍ଲାରୁଆ ଆରମ୍ଭ କରିଥିବା ବେଳେ କିଛି ଚାଷୀ ରୁଆ ମଧ୍ୟ ଆରମ୍ଭ କଲେଣି। ହେଲେ ଏଯାଏ ମଣ୍ଡିରୁ ଖରିଫ ଧାନ ଉଠୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଉଠିପାରୁ ନ ଥିବା ଧାନକୁ ଦଲାଲମାନେ କୁଇଣ୍ଟାଲ ପିଛା ୧୭ଶହ ଟଙ୍କାରେ କିଣି ମିଲ ପଏଣ୍ଟକୁ ପହଞ୍ଚାଉଥିବା ଅଭିଯୋଗ ହୋଇଆସୁଛି। ସେମାନେ କମ ମୂଲ୍ୟରେ ଧାନ କିଣି ଚାଷୀଙ୍କ ଟୋକନରେ ବିକ୍ରି କରି ବୋନସ ଚଳୁ କରୁଥିବା ବେଳେ ଚାଷୀମାନେ ଜଳକା ହୋଇ ରହିଛନ୍ତି। ଏ ନେଇ ରାଜ୍ୟ ସରକାର ହସ୍ତକ୍ଷେପ କରି ମଣ୍ଡିରୁ ଧାନ ଉଠାଇବା ପାଇଁ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି। ଜୁନାଗଡ଼ ବ୍ଲକର ବଣ୍ଡୋଗୁଡା ମଣ୍ଡିରେ ଧାନ ଉଠୁ ନ ଥିବା ଖବର ପାଇ ସ୍ଥାନୀୟ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ ଚାଷୀଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ଏହି ମଣ୍ଡିରୁ ଧାନ ଉଠାଣ କରିବା ପାଇଁ ଜିଲାପାଳ ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଫୋନରେ କହିଥିଲେ। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରୁ ମଣ୍ଡିରେ କେତେ ଧାନ ପଡ଼ିରହିଛି ରିପୋର୍ଟ ସଂଗ୍ରହ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ। ସପ୍ତାହେ ମଧ୍ୟରେ ମଣ୍ଡିରୁ ସମସ୍ତ ଧାନ ଉଠିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri