Posted inଜାତୀୟ

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ ମୋଟ ୯୩୩ ଖାଲି ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଥିବାବେଳେ ଉଚ୍ଚ ପ୍ରଶାସନିକ ସେବା ପରୀକ୍ଷାରେ ସଂସ୍କାର ପାଇଁ କେତେକ ନୂଆ ନିୟମ ଅଣାଯାଇଛି। ତଦନୁସାରେ ‘ଓ୍ବାନ୍‌ ଟାଇମ୍‌ ଅପର୍ଚୁନିଟି’ ଅନୁଯାୟୀ କୌଣସି ପରୀକ୍ଷାର୍ଥୀ ଥରେ ଉତ୍ତୀର୍ଣ୍ଣ ହୋଇଥିଲେ ଇମ୍ପ୍ରୁଭ୍‌ମେଣ୍ଟ ପାଇଁ ସେ ଆଉ ଥରେ ପରୀକ୍ଷା ଦେଇପାରିବେ ନାହିଁ। ସେହିପରି ଜାଲିଆତି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ଫେସିଆଲ ଆଇଡେଣ୍ଟିଫିକେଶନ୍‌ (ଚେହେରା ଚିହ୍ନଟ)କୁ ବାଧ୍ୟତାମୂଳକ କରାଯାଇଛି।
ୟୁପିଏସ୍‌ସି ପକ୍ଷରୁ ଜାରି ସଦ୍ୟ ବିଜ୍ଞପ୍ତି ଅନୁସାରେ ପ୍ରଶାସନିକ ପଦବୀରେ ରହିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଫେବୃଆରୀ ୪ରୁ ୨୪ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ୟୁପିଏସ୍‌ସିର ଓ୍ବେବ୍‌ସାଇଟ୍‌ upsc.gov.in. ସିଏସ୍‌ଇ୨୦୨୬ରେ ପ୍ରଦତ୍ତ ଯୋଗ୍ୟତା, କଟକଣା, ଆବେଦନ ଫି’ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ସମ୍ପର୍କିତ ନିୟମଗୁଡ଼ିକୁ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି। ଏଥର ୯୩୩ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିବାବେଳେ ସେଥିରୁ ୩୩ ଦିବ୍ୟାଙ୍ଗ, ୭ ଦୃଷ୍ଟିବାଧିତ, ୧୧ ମୂକ ଓ ଶ୍ରବଣବାଧିତ ବ୍ୟକ୍ତିଙ୍କ ସକାଶେ ସଂରକ୍ଷିତ ରଖାଯାଇଛି। ସେହିପରି ଲେପ୍ରୋସି ଆରୋଗ୍ୟ, ଏସିଡ୍‌ ଆକ୍ରମଣର ଶିକାର, ମାଂସପେଶୀଗତ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ୮ ପଦବୀ ସଂରକ୍ଷିତ ରଖାଯାଇଛି। ନୂଆ ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଏବଂ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଭଳି ଗ୍ରୁପ୍‌ ‘ଏ’ ସର୍ଭିସ୍‌ରେ ଥରେ କୃତକାର୍ଯ୍ୟ ହୋଇଥିଲେ ଆଉ ଥରେ ପରୀକ୍ଷା ଦେଇପାରିବେ ନାହିଁ। ପରୀକ୍ଷାରେ ପାସ୍‌ ହୋଇ ନିଯୁକ୍ତି ପାଇସାରିଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ୟୁପିଏସ୍‌ସି ସଦସ୍ୟ ରୂପେ ପରିଗଣିତ ହେଉଥିବାରୁ ତାଙ୍କୁ ସିଏସ୍‌ଇ ୨୦୨୬ ପରୀକ୍ଷା ଦେବାକୁ ବାରଣ କରାଯାଇଛି।

ଏହି ସର୍ବଭାରତୀୟ ସେବା ପରୀକ୍ଷାରେ ଜାଲିଆତି ଅଭିଯୋଗ ଆସୁଥିବାରୁ ଜଣେ ପରୀକ୍ଷାର୍ଥୀଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଯେପରି ତାଙ୍କ ପାଇଁ ପରୀକ୍ଷା ଦେଇ ନ ପାରିବେ, ତାହା ସୁନିଶ୍ଚିତ କରିବା ଲାଗି ‘ମୁହଁ ଚିହ୍ନଟ’ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଛି। କେବଳ ଆଡ୍‌ମିଟ୍‌ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ଗଲେ କିମ୍ବା ସେଠାରେ ବାୟୋମେଟ୍ରିକ୍‌ ଜରିଆରେ ପରୀକ୍ଷା ହଲ୍‌କୁ ଛଡ଼ାଯିବ ନାହଁ। ପରୀକ୍ଷା ଦେବା ପୂର୍ବରୁ ପ୍ରାର୍ଥୀ ଫେସିଆଲ ରିକଗ୍ନିଶନ ପ୍ରକ୍ରିୟା ଦେଇ ଗତି କରିବେ। ପ୍ରବେଶ ଦ୍ୱାରରେ ଏକ ସ୍କାନର ରହିବ। ଉକ୍ତ ସ୍କାନର ପରୀକ୍ଷାର୍ଥୀଙ୍କ ଚେହେରାର ଲାଇଭ୍‌ ସ୍କାନ କରିବ। ତାକୁ ଆବେଦନ ଫର୍ମରେ ସଂଲଗ୍ନ ଫଟୋ ସହ ତତ୍କାଳ ମେଳ କରାଯିବ। ମେଳ ନ ଖାଇଲେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡ଼ିବ ଓ ତାଙ୍କୁ ଭିତରକୁ ଛଡ଼ାଯିବ ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?