ଉଠରେ ପୁତ ଉଠ

ଶକୁନ୍ତଳା ପଣ୍ଡା
ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ, ଯଥା-ଗ୍ରୀଷ୍ମ, ବର୍ଷା ଓ ଶୀତ। ଶରତ, ହେମନ୍ତ ଓ ବସନ୍ତ ଯାହା ପାଠ୍ୟକ୍ରମରେ ପଢ଼ା ହେଉଛି।
ଆଉ ଗୋଟିଏ ଋତୁ ହେଲା ସ୍କୁଲରେ ନାଁ ଲେଖା ଋତୁ, ପିଲାଙ୍କର ପରୀକ୍ଷା ନ ସରୁଣୁ ବାପା ଓ ମା’ ବ୍ୟତିବ୍ୟସ୍ତ ପିଲାର କେଉଁ ସ୍କୁଲରେ ନାଁ ଲେଖାହେବ। ରାତିରେ ଆଖିରୁ ନିଦ ହଜିଯାଉଛି। ଇଂଲିଶମାଧ୍ୟମ ବେସରକାରୀ ସ୍କୁଲ ସବୁ ଗାଁଠୁ ସହରଯାଏ ଛତୁ ଫୁଟିଲାଣି। ଯାହାର ଟିକେ ଅଧିକ ରୋଜଗାର ଅଛି ସେ ଯେମିତି ହେଉ ତା’ ପିଲାକୁ ଇଂଲିଶମାଧ୍ୟମ ସ୍କୁଲକୁ ପଠାଇବ। ସରକାରୀ ସ୍କୁଲ ଉପରୁ ଆମମାନଙ୍କର ଆସ୍ଥା ତୁଟିଗଲାଣି। ଆଗ ଅପେକ୍ଷା ସରକାରୀ ବିଦ୍ୟାଳୟରେ ବହୁତ ସୁବିଧା ହେଲାଣି। ହେଲେ ସ୍କୁଲକୁ ଦେଖି ଅଭିଭାବକ ପିଲା ପଠାଇବାକୁ ନାରାଜ। ପୋଷାକ, ବହିପତ୍ର, ବ୍ୟାଗ୍‌, ଜୋତା, ସାଇକେଲ, ଖାଇବା ଦେଲେ ବି ପିଲା ହେଉନାହାନ୍ତି। କେଉଁ ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କେଉଁଠି ପିଲା ଅଛନ୍ତି ତ ଶିକ୍ଷକ ନାହାନ୍ତି। ଛାଇ ଆଲୁଅ ଖେଳ ହେଉଛି। ବେସରକାରୀ ସ୍କୁଲରେ ଅଧିକ ଖର୍ଚ୍ଚ କରି ପାଠ ପଢ଼ାଉଛନ୍ତି।
ଦେଶରେ କ’ଣ ପାଇଁ ଏ ପରିସ୍ଥିତି? ପିଲାଟିକୁ ପାଠ ପଢାଇବେ ଭବିଷ୍ୟତ ଗଢିବେ। ଗାଁ ଘର ଭିଟାମାଟି ଛାଡି ଇଂଲିଶମାଧ୍ୟମ ସ୍କୁଲରେ ଆମ ପିଲା ପଢିଲେ ଭଲ ମଣିଷ ହେବ, ବଡ ଚାକିରି କରିବ ଓ ବହୁତ ଟଙ୍କା ରୋଜଗାର କରିବ। ଏ ସବୁ ପ୍ରତିଦ୍ୱନ୍ଦ୍ୱିତା ଦେଖି ପିଲାବେଳେ ବୁଢୀମା’ଠାରୁ ଶୁଣିଥିବା କାହାଣୀ ମନେପଡୁଛି-
”ତରୁ ଡାଳେ ବସି ବାହୁନି ବାହୁନି
କାନ୍ଦଇ କପୋତ ମାତ,
ସେରକ ପୂରିଲା ମାଣକ ପୂରିଲା
ଉଠରେ ଉଠରେ ପୁତ।“
ଏହାର ଅର୍ଥ ଗୋଟିଏ ଗଛରେ କୁଆ ଓ କପୋତ ସାଥିହୋଇ ରହୁଥିଲେ। କୁଆ ଗୋଟିଏ ଡାଳରେ ବସା ବାନ୍ଧି ତା’ର ଦୁଇଟି ପିଲାଙ୍କୁ ଧରି ଖୁସିରେ ରହେ। ଦୁଇ ବନ୍ଧୁ ଖୁସିରେ ରହନ୍ତି। ଏମିତି ହସଖୁସିରେ ସମୟ ବିତିଯାଏ। ଦିନକର କଥା- ଏମାନଙ୍କ ପିଲାମାନେ ବଡ଼ ହୋଇଗଲେଣି। ମା’ମାନେ ଭାବିଲେ ଆମ ପିଲା କେଡ଼େ ପାରିବାର ହେଲେଣି ପରୀକ୍ଷା କରିବା। ଦିନେ କୁଆ ମାଣରେ ମାଣେ ଧାନ ଦେଇ କହିଲା ପିଲାଏ, ଏହି ଧାନ ନେଇ କୁଟି ଚାଉଳ କରି ଆଣ ରୋଷେଇ ହେବ। କପୋତ ମଧ୍ୟ ସେହି କଥା ତା’ ପିଲାଙ୍କୁ କହିଲା ଏବଂ ଧାନ ଦେଇ ପଠାଇଲା।
କୁଆ ଓ କପୋତର ପିଲାମାନେ ଧାନ ନେଇ ଅଲଗା ଅଲଗା ଦିଗକୁ ଗଲେ କୁଟି ଚାଉଳ ଧରି ଫେରିବେ। ଯଥା ସମୟରେ ପିଲାମାନେ ବସାକୁ ଫେରିଲେ। କୁଆର ପିଲା ଧାନକୁ କୁଟି ତଳେ କୁଣ୍ଡା ଓ ଉପରେ ଚାଉଳ ରଖି ନେଇ ଆସିଛନ୍ତି। କପୋତର ପିଲାମାନେ ଚାଉଳ ଅଲଗା ଓ କୁଣ୍ଡା ଅଲଗା ଆଣିଛନ୍ତି।
କୁଆ ଭାରି ଚାଲାକ୍‌। ସେ କହିଲା, ଦେଖ ମିତ, ମୋ ପିଲା ବେଶି ଆଣିଛି। ତୋ ପିଲାର କମ୍‌ ଦିଶୁଛି। କପୋତର ଟିକେ ବୁଦ୍ଧି କମ୍‌। ସେ କିଛି ନ ବୁଝି ତା’ର ପିଲାଙ୍କୁ ପିଟିଲା, ଏତେ ପିଟିଲା ଯେ ସେମାନେ ବେହୋସ ହୋଇଗଲେ। ଆଉ ଜଣେ ସାଥୀ ଆସି କହିଲା, ତୁ ପିଲାକୁ ପିଟିଲୁ କାହିଁକି? କୁଣ୍ଡା ଚାଉଳ ମିଶାଇ ଦେଖ ତୋର ସେତିକି ହେଉଛି କି ନାହିଁ। କପୋତ ସଙ୍ଗେ ସଙ୍ଗେ ମିଶାଇ ଦେଲା। କୁଆର ଯେତିକି ତା’ର ମଧ୍ୟ ସେତିକି ହେଲା। ପିଲାମାନଙ୍କୁ ଖୁସିରେ ଡାକିଲା। ପିଲାଏ ଉଠ, ମୋର ମାଣ ପୂରିଲା ଉଠ, ହେଲେ ପିଲାଏ ଆଉ ଉଠିଲେ ନାହିଁ। ସବୁଦିନ ପାଇଁ ଆଖି ବୁଜିଦେଇଥିଲେ। ସେବେଠାରୁ ଗଛଡାଳରେ ବସି କପୋତୀ ଗୁମୁରି ଗୁମୁରି କାନ୍ଦେ। ପିଲାମାନଙ୍କର କଥା ମନେପକାଏ। କୁଆର ପିଲାଙ୍କୁ ଦେଖି ସେ ମନେ ମନେ ଅନୁତାପ କରେ।
ବର୍ତ୍ତମାନ ସମାଜରେ ପିଲା କ’ଣ ଚାହୁଁଛି, ତା’ର କେଉଁ ପାଠରେ ଲକ୍ଷ୍ୟ ଅଛି ନ ବୁଝି ଅଭିଭାବକମାନେ କୁଆ ଓ କପୋତ ପରି ଲଢେଇ କରୁଛନ୍ତି। ପାଠ ବୋଝରେ ପେଷି ହେଉଛନ୍ତି ପିଲାଏ। ସ୍କୁଲ, ଟ୍ୟୁଶନ୍‌ ଓ ବିଭିନ୍ନ କମ୍ପିଟିଶନ୍‌ ପରୀକ୍ଷା ଦେଇ ଦେଇ ଥକି ପଡୁଛନ୍ତି। ଟିକେ ଖେଳକୁଦ କରିବାକୁ ସମୟ ପାଉନାହାନ୍ତି। ସେମାନେ ପୁସ୍ତକକୀଟ ପାଲଟି ଯାଉଛନ୍ତି। ଶୈଶବ କେତେ ସୁନ୍ଦର। ଅଢେଇବର୍ଷ ହେଉ ହେଉ ଖେଳ ସ୍କୁଲ ଯାଅ। ଘରେ ନିଦ ଭାଙ୍ଗି ନ ଥିବ, ଏଣେ ସ୍କୁଲ ଭ୍ୟାନ୍‌ ଆସି ପେଁ ପେଁ କରି ହର୍ନ ମାରିବ। ଖାଅ ନ ଖାଅ ଡ୍ରେସ୍‌ ଜୋତା ପିନ୍ଧି ରେଡି ହୋଇଯାଅ।
ଯେଉଁ ବୟସରେ ମା’ ଓ ଜେଜେମା’ ପଣତରେ ମୁହଁ ପୋଛୁଥିବେ, ନିଦ ଭାଙ୍ଗିବା ପାଇଁ କାହାଣୀ ଶୁଣିବା କଥା, ସେହି ବୟସରେ ବହିବସ୍ତାନି ମୁଣ୍ଡେଇ ଗାଡି ପାଖକୁ ଧାଇଁବାକୁ ବାଧ୍ୟ। ଏହା ହେଉଛି ଆଧୁନିକ ଶିକ୍ଷା ବ୍ୟବସ୍ଥା। ଆଜିକାଲି ଯୁଗରେ କେହି ଅଜଣା ନୁହନ୍ତି। ଦୂରଦର୍ଶନ ଓ ମୋବାଇଲ ଫୋନ ମାଧ୍ୟମରେ ସମସ୍ତେ ସବୁ ଜାଣି ପାରୁଛନ୍ତି। ବିଜ୍ଞାନ ବହୁତ ଆଗେଇଯାଇଛି। ହେଲେ ପୁରାତନ ଯେତେ ପୁରୁଣା ହେଲେ ବି ସେ ସ୍ମୃତି ମଧୁର। ସବୁ ଶିକ୍ଷା ଓ ସଂସ୍କୃତିକୁ ସମ୍ମାନ ଦିଅ। କାରଣ ଜୀବନ ବଡ଼।
ଓଷକା, ଭାଗବତପୁର, କେନ୍ଦ୍ରାପଡ଼ା, ମୋ-୯୪୩୭୪୯୩୯୦୭


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri