ଉଜୁଡ଼ି ଯାଉଛି ଉପକୂଳ ବନାଞ୍ଚଳ

ଭୋଗରାଇ, ୨୬।୨(ପ୍ରଦୀପ ଦାସ)-ପ୍ରକୃତିର ଅମୂଲ୍ୟ ସମ୍ପଦ ଜଙ୍ଗଲ। ପ୍ରକୃତିକୁ ସୁରକ୍ଷିତ ରଖିଲେ ଆମେ ସୁରକ୍ଷିତ ରହିପାରିବା। ସମୁଦ୍ର ଉପକୂଳବର୍ତ୍ତୀ ଜଙ୍ଗଲ ଦିନକୁ ଦିନ ଧ୍ୱଂସ ହୋଇଯାଉଥିବାରୁ ତାପମାତ୍ରା ବୃଦ୍ଧି ପାଇବା ସହିତ ପରିବେଶ ଉପରେ ଗଭୀର ପ୍ରଭାବ ପଡୁଛି। ଓଡ଼ିଶାରେ ୪୭.୦୩ ବର୍ଗ କି.ମି. ଅଞ୍ଚଳରେ ରହିଛି ଜଙ୍ଗଲ। ବାଲେଶ୍ୱର ଜିଲା ସୀମାନ୍ତ ଉଦୟପୁରଠାରୁ ଗଞ୍ଜାମର ଗୋପାଳପୁର ପର୍ଯ୍ୟନ୍ତ ୪୮୧କି.ମି. ବ୍ୟାପ୍ତ ବେଳାଭୂମିରେ ରହିଛି ବହୁ ମୂଲ୍ୟବାନ ଗଛ। ଏଥିସହିତ ବାଲେଶ୍ୱର ଜିଲା ଉଦୟପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ୨୩୦.୪୫ ବର୍ଗଫୁଟ ବେଳାଭୂମିରେ ରହିଛି ବିଭିନ୍ନ ପ୍ରଜାତିର ଗଛ। ସାମୁଦ୍ରିକ ଝଡ଼ବାତ୍ୟାକୁ ପ୍ରତିରୋଧ କରିବା, ସମୁଦ୍ରକୂଳ ମୃତ୍ତିକା କ୍ଷୟକୁ ରୋକିବା, ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ୧୯୬୦ ମସିହାରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୌଥ ଜଙ୍ଗଲ ଆଇନ ଲାଗୁ କରାଯାଇଥିବାବେଳେ ଏହାର ସୁଫଳ ମିଳୁନାହଁି।
ସର୍ଭେରୁ ଜଣାଯାଏ ଯେ, ବାର୍ଷିକ ମୁଣ୍ଡ ପିଛା କାର୍ବନ ଡାଇଅକ୍ସାଇଡ୍‌ ୨.୩ ଟନ୍‌ ବାୟୁମଣ୍ଡଳ ପାଇଁ ନିରାପଦ ଥିବାବେଳେ ବର୍ତ୍ତମାନ ଏହାର ନିର୍ଗମନ ୪.୮ ଟନ୍‌କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ, ବନବିଭାଗର ଦାୟିତ୍ୱହୀନତା, ଜଙ୍ଗଲ କାଠମାଫିଆଙ୍କ ଜଙ୍ଗଲ ଲୁଟ୍‌ ଓ ପ୍ରଶାସନର ନୀରବତା ଯୋଗୁ ଉପକୂଳ ବନାଞ୍ଚଳ ଧ୍ୱଂସ ପାଉଛି। ସମୁଦ୍ର ଆଁ ଭିତରେ ବାଲେଶ୍ୱର ଜିଲାର ବହୁ ଗାଁ ରହିଛି। ଜଙ୍ଗଲ ସୁରକ୍ଷା ନାମରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ କରାଯାଉଥିଲେ ମଧ୍ୟ ତାହା କେବଳ ଭୋଜି ଭାତରେ ସୀମିତ ରହୁଛି। ବନ ମହୋତ୍ସବ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଯେତିକି ଅର୍ଥ ଅନୁଦାନ ଆସୁଛି ସେଥିରେ ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ ହେଉଛି।
ପରିବେଶ ବିଜ୍ଞାନୀମାନେ ସମୁଦ୍ରର ତାପମାତ୍ରା ବୃଦ୍ଧି କାରଣରୁ ୨୧୦୦ ମସିହା ବେଳକୁ ଜୀବଜଗତ ପାଇଁ ଅମ୍ଳଜାନର ଅଭାବ ପରିଲକ୍ଷିତ ହେବା ସହିତ ବିଶୁଦ୍ଧ ଅମ୍ଳଜାନ ଅଭାବ ଦେଖାଦେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଏତଦ୍‌ଭିନ୍ନ ଉଭୟ ଜଳ ଓ ସ୍ଥଳଭାଗର ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେବ ବୋଲି ସତର୍କ କରାଇଛନ୍ତି। ଏଭଳି ଉଦ୍‌ବେଗଜନକ ସ୍ଥିତିର ମୁକାବିଲା ପାଇଁ ଚେନ୍ନାଇ ସରକାର ଏକ ଅଞ୍ଚଳକୁ ଜଙ୍ଗଲରେ ପରିଣତ କରିବା ପାଇଁ ଜାପାନିଜ୍‌ ପଦ୍ଧତିରେ ୨୦ହଜାର ବର୍ଗଫୁଟ ଅଧିକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ସମୁଦ୍ର କୂଳ ଅଞ୍ଚଳରେ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ଜଙ୍ଗଲ ଉଜୁଡ଼ି ଯାଉଥିବାବେଳେ ପ୍ରକୃତି, ପରିବେଶ ଓ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡୁଛି। ଭବିଷ୍ୟତ ପାଇଁ ଏହା ଭୟାନକ ରୂପ ନେବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ବାଲେଶ୍ୱର ଜିଲା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା କହିଛନ୍ତି ଯେ, ଚାନ୍ଦିପୁର ବେଳାଭୂମିରେ ୫୦ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି ପାଇଁ ଚାରାରୋପଣ ହୋଇଥିଲା। ହେଲେ ବନ କର୍ମଚାରୀଙ୍କ ଅଭାବ ଯୋଗୁ ଜଙ୍ଗଲ ସୁରକ୍ଷିତ ହୋଇପାରିନାହିଁ। ପରିବେଶବିତ୍‌ ସୁଦର୍ଶନ ଦାସ କହିଛନ୍ତି, ରାଜ୍ୟରେ ଖଣି ଖାଦାନର ଶିଳ୍ପପତିମାନଙ୍କ ସ୍ବାର୍ଥରକ୍ଷା ଲାଗି ଜଙ୍ଗଲ ଲୁଟ୍‌ ହେଉଛି ଏବଂ ଏଥିନିମନ୍ତେ ଜଳବାୟୁର ଘୋର ପରିବର୍ତ୍ତନ ଘଟି ଜୀବଜଗତ ପାଇଁ ଉଦ୍‌ବେଗଜନକ ସ୍ଥିତି ଉପୁଜିଛି। ସାମାଜିକ କମର୍ର୍ୀ ହୁଇ ନାରାୟଣ ରାଉତ କହନ୍ତି, ଉପକୂଳ ଜଙ୍ଗଲ ଧ୍ୱଂସ ଯୋଗୁ ଆମେ ବିପଦକୁ ଆମନ୍ତ୍ରଣ କରୁଛୁ। ବନବିଭାଗ-ଜଙ୍ଗଲ ମାଫିଆଙ୍କ ସଲାସୁତରା ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବନାଞ୍ଚଳ ଉଜୁଡ଼ି ଯାଉଛି। ଏଥିପାଇଁ ସରକାର ପଦକ୍ଷେପ ନେବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri