ଉଚ୍ଛେଦ ଜାଗା ଚିହ୍ନଟ ନ କରି ହଟହଟା

ସଜନାଗଡ଼, ୧୭।୧୨(ଡି.ଏନ.ଏ.)-ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ସୋମବାର ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଥିବା ୭ ଡିସିମିଲ ଗୋଚର ଜାଗା ଉପରେ ହୋଇଥିବା ଦୋକାନ ଗୃହ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିଲେ। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଶୈବପୀଠ ମୁଖ୍ୟ ରାସ୍ତାକୁ ଅବରୋଧ କରି ବସିଥିଲେ। ଘଟଣାସ୍ଥାଳରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ପର୍ଯ୍ୟଟକଙ୍କ ଗାଡ଼ି ଅଟକି ରହିଥିଲା। ପରେ ନୀଳଗିରି ଏସ୍‌ଡ଼ିପିଓ ଅମୂଲ୍ୟ ଧର ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।
ପରେ ପଞ୍ଚଲିଙ୍ଗେଶ୍ୱର ପୀଠ ଉପରକୁ ପୋଲିସ ଫୋର୍ସ ସହ ତହସିଲଦାର, ଏସ୍‌ଡିପିଓ ଉଚ୍ଛେଦ ସ୍ଥାନରେ ପହଞ୍ଚତ୍ଥିଲେ। ଏସ୍‌ଡିପିଓ ଓ ତହସିଲଦାର ତର୍ଜମା କରି କୋର୍ଟ ଦେଇଥିବା ଜାଗାର ଉଚ୍ଛେଦକୁ ମାପ ପାଇଁ ସ୍ଥିର କରାଯାଇଥିଲା। ସରକାରୀ ଅମିନଙ୍କ ଉପସ୍ଥିତିରେ ମାପଚୁପ କରାଯାଇଥିଲା। ହାଇକୋର୍ଟ ଉଚ୍ଛେଦ ପାଇଁ ଦେଇଥିବା ନିର୍ଦ୍ଦେଶନାମାରେ ଦୋକାନ ଗୃହ ନ ପଡ଼ିବାରୁ ଉଚ୍ଛେଦ ବନ୍ଦ କରାଯାଇଥିଲା। ଉକ୍ତ ୭ ଡିସିମିଲ୍‌ ଜାଗା ଏକ ଘୁମୁଟି ଓ ପାର୍କିଂ ଏରିଆ ଭିତରେ ରହିଥିବା ଜଣାଯାଇଛି। ହାଇକୋର୍ଟ ଉକ୍ତ ଜାଗା ଉପରେ ଥିବା ଦୋକାନ ଗୃହକୁ ଭାଙ୍ଗିବା ପାଇଁ ନୀଳଗିରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଉକ୍ତ ସ୍ଥାନରେ ଦୋକାନ ଗୃହ ପଡୁ ନ ଥିବାର ତହସିଲଦାର ହଟହଟା ହୋଇ ଫେରିଥିବା ଜଣାପଡିଛି।