ଉଚ୍ଚ ଶିକ୍ଷିତା ପରିଣିତି

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ପରିଣିତି ଚୋପ୍ରା ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏବେକାର ପ୍ରାୟ ସବୁ ନାୟିକାଙ୍କ ମଧ୍ୟରେ ପରିଣିତିଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ ଅଧିକ ବୋଲି କୁହାଯାଏ। କେେବେବି ଅଭିନୟ କରିବା କଥା ଚିନ୍ତା କରି ନ ଥିବା ପରିଣିତି କିନ୍ତୁ ସମୟ ଚକ୍ରରେ ପଡି ଶେଷରେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ହରିୟାଣାର ଅମ୍ବାଲାରେ ଜନ୍ମ ନେଇଥିବା ପରିଣିତି ଦ୍ୱାଦଶ ଶ୍ରେଣୀରେ ସାରା ଭାରତରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। କେବଳ ସେତିକି ନୁହେଁ ସେ ବିଜ୍‌ନେସ, ଫାଇନାନସ୍‌ ଓ ଇକନୋମିରେ ମଧ୍ୟ ଡିଗ୍ରୀ ହାଓଲ କରିଛନ୍ତି। ସେ ଜଣେ ଟ୍ରେଣ୍ଡ କ୍ଲାସିକଲ ସିଙ୍ଗର। ଫିଲ୍ମ ‘ମେରି ପ୍ୟାରି ବିନ୍ଦୁ’ରେ ସେ ପ୍ରଥମେ କଣ୍ଠଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବେ ଅଭିନୟ କରିବା କଥା ଚିନ୍ତା କରି ନ ଥିବା ପରିଣିତି ବଲିଉଡ୍‌ ମୁଭି ‘ଇଶକଜାଦେ’ରେ ଡେବ୍ୟୁ କରି ଜଣେ ଭଲ ନାୟିକା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ବିଦେଶରେ ଇନଭେଷ୍ଟମେଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ। ହେଲେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଭାରତ ଫେରିଆସି ୟଶରାଜ ଫିଲ୍ମସ୍‌ରେ ମାର୍କେଟିଂ ଓ ପିଆର୍‌ କନସଲଟାଣ୍ଟ ଭାବେ କାମ କରୁଥିଲେ। ଏହାପରେ ସେ ଅଭିନୟ କ୍ଷେତ୍ରକୁ ପାଦ ବଢାଇଥିଲେ। ଆଉ ସେଥିରେ ସଫଳ ବି ହୋଇଥିଲେ। କିଛି ହିଟ୍‌ ଫିଲ୍ମ ଭେଟି ଦେଇଥିବା ପରିଣିତି ଏବେ ସାଇନା ନେହଓ୍ବାଲଙ୍କ ବାୟୋପିକ ପାଇଁ ବ୍ୟସ୍ତ ଥିବା ବେଳେ ‘ଦ ଗାର୍ଲ ଅନ୍‌ ଦ ଟ୍ରେନ୍‌’ ଓ ‘ଭୁଜ ଦ ପ୍ରାଇଡ୍‌ ଇଣ୍ଡିଆ’ରେ ମଧ୍ୟ ନଜର ଆସିବେ।

Share